ରାଜ୍ୟ

କେନ୍ଦୁ ପତ୍ର କର୍ମଚାରୀ ସଂଘର ନୂଆଖାଇ ଭେଟଘାଟ

ନୂଆପଡ଼ା: (ବିରବଲ ପ୍ରଧାନ),  ଆଜି  ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଖରିଆର ଡିଭିଜନ ଶାଖା ତରଫରୁ ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀp ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ନୂଆପଡା ପୋଲିସ ପଡିଆ ଠାରେ ଜାକ ଜମକ ରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।ପନ୍ଦର ଶହ ରୁ ଉର୍ଦ୍ଧ୍ବ ପତ୍ର ତୋଳାଳୀ ଓ ସିଜିନାଲ ଷ୍ଟାଫ ଙ୍କ ଗହଣରେ ପାଳିତ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା କ୍ଷେତ୍ର ର ମାନ୍ୟବର ସାଂସଦ ଶ୍ରୀ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଓ ପଦ୍ମପୁର ପୂର୍ବ ବିଧାୟକ ତଥା ପଦ୍ମପୁର ସଂଘ ର ଡିଭିଜନ ସମ୍ପାଦକ ଶ୍ରୀ ପ୍ରଦୀପ ପୁରୋହିତ ମୁଖବକ୍ତା ରୂପେ ସାମିଲ ହୋଇ କେନ୍ଦୁପତ୍ର ତୋଳାଳୀ, ସିଜିନାଲ ଷ୍ଟାଫ ଓ ଅନ୍ୟାନ୍ୟ ଶ୍ରମିକ ମାନଙ୍କୁ ନୂଆଖାଇ ଜୁହାର ଜ୍ଞାପନ କରିବା ସହିତ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ତଥା ନିଜ ହକ ପାଇଁ ଏକଜୁଟ ହୋଇ ଲଢ଼ିବା ପାଇଁ ଆହ୍ୱାନ ଦେଇଥିଲେ।ଆଜି ଦିନ ଏଗାରଟା ସୁଦ୍ଧା ନୂଆପଡା ଅଖ ପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟରେ ତୋଳାଳୀ ଓ ସିଜିନାଲ ଷ୍ଟାଫ ପୋଲିସ ପଡ଼ିଆରେ ଜମା ହୋଇ ଅତିଥି ମାନଙ୍କୁ ବାଜା ଓ ହୁଳହୁଳି ରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ।ମାନ୍ୟବର ସାଂସଦ ଶ୍ରୀ ବସନ୍ତ ପଣ୍ଡା କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ କେନ୍ଦୁପତ୍ର ଉପରେ ଜି ଏସ ଟି ଉଛେଦ ପାଇଁ ଦାବୀ ପତ୍ର ପ୍ରଦାନ ସହିତ ବିଶେଷ ଆଲୋଚନା କରିଥିବାରୁ ସଂଘ ତରଫରୁ ସମ୍ବର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା।ଏ ଅଞ୍ଚଳର ସାଂସଦ ହିସାବରେ ଏ ପ୍ରସଙ୍ଗରେ ଆଗାମୀ ଦିନରେ  ସଂଘ ଯେଉଁ ପ୍ରକାର ସହଯୋଗ ଚାହିଁବ ମୋ ଦ୍ୱାରା ଯେତେ ସମ୍ଭବ ହେବ ସହଯୋଗ କରାଯିବ ବୋଲି ଶ୍ରୀ ପଣ୍ଡା ପ୍ରତିଶୃତି ଦେଇଥିଲେ।କେନ୍ଦୁପତ୍ର ଏକ ସରକାରୀ ସଂସ୍ଥା ହେଲେ ମଧ୍ୟ ରାଜ୍ୟର ଦୀର୍ଘ ଚବିଶ ବର୍ଷ ଧରି ଶାସନ ରେ ଥିବା ନବୀନ ବାବୁ ଙ୍କ ବିଜେଡି ସରକାର କେବଳ ଭୋଟ ବେଙ୍କ ଭଳି ବ୍ୟବହାର କରିଛି, ଅଥଚ ତାଙ୍କ ହକ ଅଧିକାର ପ୍ରାପ୍ୟ ପ୍ରଦାନ ବେଳକୁ ସେମାନଙ୍କୁ କେବଳ ଶୋଷଣ ଓ ପ୍ରତାରଣା କରିଛି, ମିଥ୍ୟା ପ୍ରତିଶୃତି ଦେଇ ଠକି ଚାଲିଛି ,ଏହାର ବିରୁଦ୍ଧରେ ସଂଗଠିତ ହୋଇ ଜୋରଦାର ସଂଗ୍ରାମ ଜାରୀ ରଖିବାକୁ ପଡିବ,ସରକାର କୁ ବଦଳେଇବାକୁ ପଡିବ,ବୋଲି ମୁଖ୍ୟବକ୍ତା ଶ୍ରୀ ପୁରୋହିତ ଓ ଆୟୋଜକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।ତୋଳାଳୀ ଙ୍କୁ ଶହେ ପ୍ରତିଶତ ବୋନସ ଓ ସିଜିନାଲ ଷ୍ଟାଫଙ୍କୁ ଅତିକମରେ ପଚିଶ ପ୍ରତିଶତ ଇଂସେଂଟିଭ ପ୍ରଦାନ କରିବା କଥା କଣ ହେଲା?ସିଜିନାଲ ଷ୍ଟାଫଙ୍କ ଦରମା ବୃଦ୍ଧି କାହିଁକି ହେଲା ନାହିଁ??ସର୍ବନିମ୍ନ ମଜୁରୀ ବୃଦ୍ଧି ଚାରିବର୍ଷ ହେଲା ବୃଦ୍ଧି ହୋଇନାହିଁ କଣ ପାଇଁ??ଝିଅ ବାହାଘର,ଚିକିତ୍ସା ସହାୟତା,ଶିକ୍ଷା ସହାୟତା ସରକାର କାହିଁକି ବନ୍ଦ କରିଦେଇଛନ୍ତି ଓ ପୁଣି କେବେ ଲାଗୁ ହେବ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଥିଲେ।ଏହାର ବିରୁଦ୍ଧରେ ଅଗମୀ ଦିନରେ ଜୋରଦାର ଓ ନିର୍ଣ୍ଣାୟକ ଲଢେଇ ହେବ,ଏଥିପାଇଁ ସଂଗଠନ କୁ ସୁଦୃଢ଼ କରି ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ।ଏହା ନୂଆଖାଇ ଭେଟଘାଟ ବାହାନା ରେ ଆମ ସମସ୍ୟା ଗୁଡିକ ସହିତ ଭେଟଘାଟ,ସଙ୍ଗଠନ ସହିତ ଭେଟଘାଟ,ଅଗମୀ ସଂଗ୍ରାମ ପାଇଁ ପ୍ରସ୍ତୁତି ସହିତ ଭେଟଘାଟ ବୋଲି ଶ୍ରୀ ପାଣିଗ୍ରାହୀ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ଦିଭିଜନ ର ବରିଷ୍ଠ ସଂଘ ନେତା ଶ୍ରୀ କୋକିଳ ସାହୁ,ଋଷଭ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଭିନ୍ନ ରେଞ୍ଜ ନେତୃମଣ୍ଡଳୀ ଯଥା ଅବଦୁଲ ରସିଦ,ଡୋରେଶ୍ୱର ପଟେଲ,ବାବୁଲାଲ ପଟେଲ,ଈଶ୍ୱର ଶବର,ଗୌତମ ବରିହା,ସନ୍ତୋଷ ସାହୁ, ସୁରେଶ ବେହେରା,ଭାସ୍କର ପ୍ରଧାନ,ରୁଦ୍ର ନାଗ, ମଙ୍ଗଳସାଏ ବଗର୍ତ୍ତି,ଦମନ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *