ଖେଳ

ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଘାଟିତ।

ପୁରୀ ୧୯/୧୦ ଆଜି ଅପରାହ୍ନରେ ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୪ ଦିନିଆ ରାଜ୍ୟ ସ୍ତରୀୟ ୧୨ ତମ ଜୁନିୟର ଓ ୧୬ ତମ ସବ ଜୁନିୟର ବାଳକ ଓ ବାଳିକା ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଘାଟିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗ ଓ ରାଜ୍ୟ ଖୋଖୋ ସଂଘର ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି କ୍ରୀଡା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହାକୁ ଉଦଘାଟନ କରିବା ସହ କ୍ରିଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇ ପାରିବ ବୋଲି କହିଥିଲେ। ସରକାର କ୍ରୀଡାକୁ ଅଗ୍ରାଧିକାର ଦେଇଛନ୍ତି।ଆମ ଜିଲ୍ଲାର କିଶୋର ଜେନା ଜାଭେଲିନ ଥ୍ରୋ ରେ ଏସିଆନ ଗେମସ ରେ ସଫଳତା ହାସଲ କରି ଯୁଵ ଵର୍ଗ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ସେ କହିଥିଲେ।ରାଜ୍ୟ ଖୋଖୋ ସଂଘର ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର,ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନ ର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ପୂର୍ବତନ ଉପ ସଭାପତି ରାମଚନ୍ଦ୍ର ଦାସମହାପାତ୍ର ଖୋଖୋ ପ୍ରତିଯୋଗିତାର ଲକ୍ଷ୍ୟ ଉଦ୍ଦେଶ୍ୟ, ଅତୀତରେ ତାହାର ସ୍ଥିତି ଓ ବର୍ତ୍ତମାନର ଉଜ୍ଜ୍ୱଳ ଅବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ପୁରୀ ଜିଲ୍ଲା ପ୍ରଶାସନ କୁ କୃତଞତା ଜଣାଇଥିଲେ। ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀ ଚନ୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କ୍ରୀଡା ପତାକା ଉତ୍ତୋଳନ କରିବା ସହ ପ୍ରତିଯୋଗିତା ଆରମ୍ଭ ର ଘୋଷଣା କରିଥିଲେ।ପୁରୀ ଖୋ ଖୋ ଦଳର ସଦସ୍ୟା ଅନନ୍ୟା ପ୍ରଧାନ ସମସ୍ତ କ୍ରିଡାବିତ ଙ୍କୁ ଶପଥ ପାଠ କରାଇଥିଲେ।ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଦଳର କ୍ରିଡା ବିତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।ସୂଚନାଯୋଗ୍ୟ ଯେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୪ ବର୍ଷ ରୁ କମ ସବ ଜୁନିୟର ଦଳ ଓ ୧୮ ବର୍ଷ ରୁ କମ ଜୁନିୟର ଦଳର ପ୍ରାୟ ୧୨୦୦ ବାଳକ ବାଳିକା ଏଥିରେ ଅଂଶଗ୍ରହଣ କରିଛନ୍ତି। ୨୨ ତାରିଖ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇ ଚମ୍ପିୟାନ ଓ ରନରସ୍ ଅପ ଦଳକୁ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତା ରୁ ମିଳୁଥିବା ଶ୍ରେଷ୍ଠ ଖେଳାଳୀଙ୍କ ଦଳ ଡିସେମ୍ବର ମାସରେ କର୍ଣ୍ଣାଟକ ର ତିତପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରିବେ ବୋଲି ସମ୍ପାଦକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *