ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
(ବିରବଲ ପ୍ରଧାନ)ନୂଆପଡା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ହେମକାନ୍ତ ସାଏଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ମାନାସିଂ, ଏମ୍ଭିଆଇ ବିଜୟ କୁମାର ଦେହୁରି, ଅବକାରୀ ବିଭାଗ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଏନ୍ଏସି ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ବରିଷ୍ଠ ଓକିଲ ପପୁ ୱାଇଁ ଓ ଜିଲାସ୍ତରୀୟ ସମସ୍ତ ବିଭାଗ ଅଧିକାରୀ ଉପସ୍ଥିତଥିଲେ। ଜିଲାରେ ବିଜୁ ଏକ୍ସପ୍ରେସ ଓ୩୫୩ ନମ୍ବର ଜାତୀୟ ରାଜପଥ ଓ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ସଡକ ଉପରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ତାହାକୁ କିଭଳି ରୋକାଯାଇ ପାରିବ ସେହି ଉପରେ ବିଶେଷ ଆଲୋଚନା ହୋଇଥିଲା। ଚାଳକ ଗାଡି ଚଳାଇଲା ବେଳେ ସତର୍କର ସହିତ ଚଳାଉ ନାହାନ୍ତି। ଟ୍ରାଫିକ ନିୟମ ମାନୁ ନାହାନ୍ତି। ମଦ୍ୟପାନ କରି ଗାଡି ଚଳାଉ ଥିବାରୁ ଦୁର୍ଘଟଣା
ବଢିବାରେ ଲାଗିଛି। ଆଞ୍ଚଳିକ ପରିବନ ବିଭାଗ ପ୍ରତ୍ୟେକ ଦିନ ହେଲମେଟ ଯାଞ୍ଚ କରିବା ସହ ମଦ୍ୟପ ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅବକାରୀ ବିଭାଗର ଅବହେଳା ଯୋଗୁ ରାସ୍ତା କଡରେ ଛତୁ ଫୁଟିଲା ଭଳି ମଦ ଦୋକାନ ଖୋଲୁଛି। ମଦ ଯୋଗୁ ହିଁ ଦୁର୍ଘଟଣା ବଢୁଛି। ରାସ୍ତା କଡରେ ଥିବା ମଦ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ବା ଗ୍ରାମାଞ୍ଚଳ ବସଷ୍ଟାଣ୍ଡ କିମ୍ବା ଛକ ସ୍ଥାନରେ ଲୋକେ ରାସ୍ତା କଡରେ ବାଇକ୍ ଓ ୪ ଚକିଆ ଗାଡି ରଖୁଛନ୍ତି। ୧ରୁ ୨ଟି ଗତି ଏକା ସାଙ୍ଗରେ ଯାଇ ପାରୁନାହିଁ। ଗୋଟିଏ ଗାଡି ଅନ୍ୟ ଗାଡିକୁ ଅତିକ୍ରମ କରି ଯାଇପାରୁନାହିଁ। ଫଳରେ ଦୁର୍ଘଟଣା ହେବା ଅଧିକ ସମ୍ଭାବନା ରହୁଛି। ପୋଲିସ ପ୍ରଶାସନ ପକ୍ଷରୁ ଏସବୁକୁ ଦୃଷ୍ଟି ଦେବା ଦରକାର। ଛକ ସ୍ଥାନରେ ପୋଲିସ ସିକ୍ୟୁରିଟି ଦେଇ ଦ୍ରୁତଗତି ନିୟନ୍ତ୍ରଣ କରାଗଲେ ଓ ଲୋକେ ଟ୍ରାଫିକ ନିୟମ ପାଳନ କଲେ ଦୁର୍ଘଟଣା କମିଯିବ। ବସଷ୍ଟାଣ୍ଡ, ମଝି ରାସ୍ତା ଓ ଛକ ସ୍ଥାନରେ ବୁଲା ଗାଈଗୋରୁ ଆଡ୍ଡା ଜମାଇଛନ୍ତି। ବୁଲା କୁକୁର ସଡକ ଉପରେ ବୁଲୁଛନ୍ତି। ଗାଡି ଆସିଲେ ଏପଟ ସେପଟ ହେଉଥିବାରୁ ଚାଳକମାନେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାର ହମ୍ସ, ୟୁ ଟର୍ନରେ କୌଣସି ମାର୍କ ଦିଆଯାଇ ନ ଥିବାରୁ ଚାଳକମାନେ ଜାଣି ପାରୁନାହାନ୍ତି । ରାସ୍ତାରେ ଥିବା ପୁରୁଣା ବ୍ଲକ ଓ ଖାଲଖମା ଉପରେ ଧ୍ୟାନ ଦେଇ ଶୀଘ୍ର ମରାମତି କରିବା ପାଇଁ ଜିଲାପାଳନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ ଉପରେ ବିଶେଷ କରିଧ୍ୟାନ ଦେଲେ
ନିଶ୍ଚୟ କମିଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।