ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ସିଏସଆର ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ
କଳିଙ୍ଗନଗର, 20-10- 2023, ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ର ସାମାଜିକ ଦାଇତ୍ୱ ବିଭାଗ ତରଫରୁ ଏକ ବୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ମାଣତିରା ସିନିଅର ସେକେଣ୍ଡାରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ର ବିଭିନ୍ନ ବିଭାଗରୁ 32 ଜଣ କର୍ମଚାରୀମାନେ ଯୋଗ ଦେବା ସହିତ 350 ଫଲଚାରା ବୃକ୍ଷରୋପଣ କରିଥିଲେ | ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ କ୍ଷେତ୍ରବାସୀ ଘଡ଼ାଇ ପ୍ରଥମ ଚାରା ଲଗାଇ ଉଦ୍ଘାଟନ କରିଥିଲେ ଏବଂ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ | ଚାରIରୋପଣ କାର୍ଯ୍ୟ ସମ୍ପାଦନ ପରେ ବୃକ୍ଷରୋପଣ ସମ୍ବଧିତ ଏକ ସଚେତନତା କର୍ମଶାଳା ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ଏହି କର୍ମଶାଳାକୁ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ର ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ଶ୍ରୀ ତପନ କୁମାର ନାୟକ ପରିଚାଳନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର ଜନ୍ମଦିନରେ ବୃକ୍ଷରୋପଣ କରିବାପାଇଁ ପରାମର୍ଶ ପ୍ରଦାନ କରିଥିଲେ | ସିଏସଆର ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ସୁକାନ୍ତ କୁମାର ରଥ ଅଧୁନା ସମାଜରେ ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଏବଂ ଏହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ବାହକ ଋପେ ଅଭିହିତ କରିଥିଲେ |ଏହି ଅବସର ରେ ଜିନ୍ଦଲ କମ୍ପାନୀ ଦ୍ୱାରା ଦାନଗଦି, ଶୋଲେଇ, ସିଙ୍ଗାଗଡି଼ଆ ପ୍ରଭୃତି ଗ୍ରାମର କାର୍ଯ୍ୟକାରୀ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଉପରେ ଗ୍ରୀନ ଡ୍ରିମ ଫାଉଂଡେସନ ର ଶ୍ରୀ ଶରଦ ଯାଦବ ଆଲୋକପାତ କରିଥିଲେ | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଘଡ଼ାଇ ଜିନ୍ଦଲ କର୍ତ୍ତୃପକ୍ଷଙ୍କ ଏହି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଗୁଡିକର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସଞ୍ଜୟ ମହାନ୍ତି, ସହ ମହାପ୍ରବନ୍ଧକ – ସିଏସଆର ଏବଂ ଚନ୍ଦ୍ରମୋହନ ବେହେରା, ବରିଷ୍ଠ ପ୍ରବନ୍ଧକ-ସେଣ୍ଟ୍ରାଲ ଷ୍ଟୋର ଯୋଗ ଦେଇ ବୃକ୍ଷରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ | ଏଠାରେ ସୂଚନାଯୋଗ୍ୟ ଯେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହିତ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମ ଗୁରୁତ୍ୱର ସହିତ ସମ୍ପାଦନା କରିଆସୁଛନ୍ତି | ଚଳିତ ବର୍ଷ କମ୍ପାନୀ ଦ୍ୱାରା ସମୁଦାୟ 32500 ବୃକ୍ଷରୋପଣ କରାଯାଇଥିବା ବେଳେ ସରକାରୀ ପଲିଟେକ୍ନିକ ଠାରେ ସିଏସଆର ବିଭାଗ ତରଫରୁ ବନ ମହୋତ୍ସବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା | ସର୍ବଶେଷରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ ସିଏସଆର ବିଭାଗର ଶ୍ରୀଯୁକ୍ତ ହେମନ୍ତ ବାହାଲିଆ ଧନ୍ୟବାଦ ଅର୍ପଣ କରିଥିଲେ |