ରାଜ୍ୟ

ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ନୂଆପଡ଼ା: (ବିରବଲ ପ୍ରଧାନ)ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ମା ଦ୍ୱାରସନି ଖେଳ ପଡିଆଠାରେ ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟଘାଟ ବହୁ ଧୁମ୍ ଧାମରେ ପାଳିତ  ହୋଇଯାଇଛି । ପ୍ରଥମେ  ବୋଡ଼େନ ସ୍ଥିତ ମା ଦ୍ଵାରସନି ପୀଠରୁ ସାଂସ୍କୃତିକ ଦଳ ଘୁମୁରା , ରାମକାଠି, ସମ୍ପ୍ରଦା ,ମହୁରୀବାଜା ତଥା ସଂଗଠନର ସଭାପତି ଓ ସଦସ୍ୟ ମାନଙ୍କ ମାଧ୍ୟମରେ ବିରାଟ ମଶାଲ ଶୋଭାଯାତ୍ରା ବାହାରି ବୋଡ଼େନ ଅଞ୍ଚଳ ପରିକ୍ରମା ପୂର୍ବକ ଅନୁଷ୍ଠିତ କାର୍ଯକ୍ରମ ପଡ଼ିଆରେ ପହଞ୍ଚିଥିଲା । ପରେ  ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟଘାଟ  କାର୍ଯକ୍ରମ ରେ ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ବିଶିକେଶନ ପଣ୍ଡା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ  ଅଧିରାଜ ମୋହନ ପାଣିଗ୍ରାହୀ  ଯୁବ ବିଧାୟକ ଖଡିଆଳ , ମୁଖ୍ୟ ବକ୍ତା ରବିରଞ୍ଜନ ପ୍ରଧାନ ଅବସର ପ୍ରାପ୍ତ ଅଧ୍ୟାପକ +2 ବିଜୁ ପଟ୍ଟନାୟକ ମହା ବିଦ୍ୟାଳୟ ବୋଡ଼େନ , ସମ୍ନାନିତ ଅତିଥି ଭାବରେ ଡଲି ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନୂଆପଡ଼ା , ପ୍ରିୟରଞ୍ଜନ କୁମ୍ଭାର ବିଡ଼ିଓ ବୋଡ଼େନ ,  ମହମ୍ମଦ ଫାରୁକ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ , ଡକ୍ଟର ସରୋଜ କୁମାର ସାହୁ ସିଆରପିଏଫ୍ ଆସିଷ୍ଟାଣ୍ଟ କମାନଣ୍ଡେଣ୍ଟ ଭଇଁସା ଦାନି,  ସତ୍ୟପୀୟ ପଣ୍ଡା ଦ୍ୱାରସନୀ ହାଇ ସ୍କୁଲ କେରାପଦର, ହେମନ୍ତ କୁମାର ମୁଣ୍ଡ ଅଧ୍ୟକ୍ଷ ବିଜୁ ପଟ୍ଟନାୟକ +୨ ମହାବିଦ୍ୟାଳୟ ବୋଡ଼େନ,  ଗମ୍ଭୀର ତାଣ୍ଡି ସରପଞ୍ଚ ନାଗପଡ଼ା, ବୈଷ୍ଣବ ଦୁରିଆ ପ୍ରଧାନ ଶିକ୍ଷକ ୟୁପିଏସ ନାଗପଡ଼ା ,ସୁଫିଆନ ମହମ୍ମଦ ସମାଜ ସେବୀ, ସୋନୁ ମହମ୍ମଦ ସମାଜ ସେବୀ, ଯାଜ୍ଞସେନି ମାଝୀ ସମିତି ସଭ୍ୟା ବୋଡ଼େନ , ଡକ୍ଟର ମାଧବ ବାଗ, ଯୋଗିନ୍ଦ୍ର ମାଝୀ , ତିର୍ମନ୍ ମାଝୀ, କିଶୋର କୁମାର ପରିଡ଼ା  ପ୍ରମୁଖ ମଞ୍ଚାଶିନ ଥିଲେ । ପ୍ରଥମେ ମଞ୍ଚାଶିନ ଅତିଥି ମାନଙ୍କ ଦ୍ଵାରା ବାଗଦେବି ମା ସରସ୍ଵତୀ ଓ ଅଞ୍ଚଳର ଅଧିଷ୍ଟାତ୍ରି  ଦେବୀ  ମାଁ ଦ୍ଵାରସନୀ  ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ବଳନ ପୂର୍ବକ ଦେବ ପୂଜନ କରାଯାଇଥିଲା ।   ଅଧ୍ୟାପକ ଇତିହାସ ବିଭାଗ ଗୟାଧର ମହାନ୍ତିଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ବିଜୁ ପଟ୍ଟନାୟକ +୨ ମହାବିଦ୍ୟାଳୟର ଛାତ୍ରୀ  କବିତା ମାଝୀ, ସ୍ୱେୟାରାଣି ଅଗସ୍ତି , ରିତା ବାଗ, ଦେବକୀ ରାଉତ, ଓ ଅନିତା ଦୀପ ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇ ଥିଲା ।  ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ସଭାପତି ବିଶିକେଶନ ପଣ୍ଡା ତାଙ୍କ ଅଭିଭାଷଣରେ ସଙ୍ଗଠନ ର ଉଦ୍ଦେଶ୍ୟ  ଓ ଆଭିମୁଖ୍ୟ ଉପରେ କହିଥିବାବେଳେ  ସମସ୍ତଙ୍କ ସହଯୋଗରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଖବର ପ୍ରସାରଣ ମାଧ୍ୟମରେ ସରକାରଙ୍କ ନିକଟରେ ପହଞ୍ଚାଯାଇ ପାରିବୁ ଓ   ଅଞ୍ଚଳ ବିକାଶ ପାଇଁ ସମସ୍ତ ସାମ୍ବାଦିକ  ବନ୍ଧୁମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଆହ୍ବାନ ଦେଇଥିଲେ ପୁଣି ସାମ୍ବାଦିକଙ୍କ ପାଇଁ ନିଜ ତଥା ସମସ୍ତ ବ୍ଲକ ହେଡ଼କ୍ୱାଟର ରେ ଭୂମି ଚିହ୍ନଟ ସହ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକ ଭବନ ନିର୍ମାଣ ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ  ବିଧାନ ସଭାରେ ପ୍ରଶ୍ନ ଉଠାଇବା ପାଇଁ ଖଡିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଙ୍କୁ ଅନୁରୋଧ ରଖିଥିଲେ ।ପୁନଃ ପାତାଳ ଗଙ୍ଗା ମହୋତ୍ସବ କୁ ପୁନର୍ବାର  ନୂଆ ରୂପରେଖ ସହ ପାଳନ କରିବା ପାଇଁ  ପ୍ରସ୍ତାବ ରଖିଥିଲେ ।  ବିଡ଼ିଓ ପ୍ରିୟରଞ୍ଜନ କୁମ୍ଭାର ବର୍ତ୍ତମାନ ତହସିଲଦାର ଦାଇତ୍ଵ ରେ ଥିବାରୁ  ଅତି ଶୀଘ୍ର ଭୂମି ଚିହ୍ନଟ କରାଯାଇ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯିବ ବୋଲି ମତ ରଖିଥିବାବେଳେ ମୁଖ୍ୟ ଅତିଥି ଖଡିଆଳ ବିଧାୟକ ଅତି ଆନନ୍ଦର ସହ ଦିନଟିଏ ସାମ୍ବାଦିକଙ୍କ ପାଇଁ  କହି ସମସ୍ତ ସମସ୍ୟା ର ଯଥା ଶୀଘ୍ର ସମାଧାନ କରାଯିବ ବୋଲି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।   ବୋଡ଼େନ ବ୍ଲକ ସାମ୍ବାଦିକ ସଙ୍ଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟଘାଟ ସମାରୋହରେ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦ ଓଡ଼ିଶାର ସଭାପତି ତିର୍ମନ ମାଝୀଙ୍କ ତତ୍ତ୍ଵାବଧାନରେ ଲୋପପାଇ ବସୁଥିବା  ଅଧିବାସୀ ଲୋକନୃତ୍ୟ ରାମକାଠି, ମହୁରିବାଜା ,ଘୁମୁରା , ସମ୍ପ୍ରଦା , ଆଦି ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।  ସଙ୍ଗଠନର ସମ୍ପାଦକ ଭାଗ୍ୟବାନ ମାଝୀଙ୍କ ଦ୍ଵାରା ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଓଡ଼ିଆ ଅଧ୍ୟାପିକା   ଅଟୋ ନୋମସ କଲେଜ ଖଡିଆଳ ସୁଶ୍ରୀ ସାଗରିକା ପଣ୍ଡା ଓ ଅଧ୍ୟକ୍ଷ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦୋହେଲପଡ଼ା  ରୁଦ୍ର ମାଧବ ବାରିକ ମଞ୍ଚପରିଚାଲାନା କରିଥିଲେ । ସଙ୍ଗଠନର ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯକ୍ରମଟି ସଫଳିଭୂତ ହୋଇଥିଲା । କାର୍ଯକ୍ରମ ଶେଷରେ ସଂଗଠନର ସହ ସମ୍ପାଦକ ଉପେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *