ପେନସନଧାରୀ ଙ୍କ ପାଇଁ ଭଲ ଖବର
ଭୁଵନେଶ୍ୱର,୨୧/୧୨: ଆଜି ଅପରାହ୍ନରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ,ଫରେଷ୍ଟ ପାର୍କ ଶାଖା ତରଫରୁ ପେନସନ ଧାରୀ ମାନଙ୍କ ପାଇଁ ଏକ ସୂଚନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଅଛି। ଆସନ୍ତା ନଭେମ୍ବର ଏକ ତାରିଖ ଠାରୁ ପ୍ରତ୍ୟେକ ପେନସନ ଧାରୀମାନେ ଲାଇଫ ସାର୍ଟିଫିକେଟ ଜମା କରିଵା ଅତି ଜରୁରୀ ଵୋଲି ମୁଖ୍ୟ ପ୍ରବନ୍ଧକ ଜାଂଗ୍ୟସେନୀ ବରାଳ ସୂଚନା ଦେଇଥିଲେ ଏହା ସହିତ ସାଇବର କ୍ରାଇମ ରେ ଲୋକମାନେ କିପରି ଠକାମୀ ର ଶୀକାର ହେଉଛନ୍ତି ଏବଂ କିପରି ସତର୍କତା ଅବଲମ୍ବନ କରିଵେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ ଏହି କର୍ମଶାଳାରେ ବହୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ଏହା ଏକ ଉପଯୋଗୀ କର୍ମଶାଳା ଥିଲା ଵୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।