ରାଜ୍ୟ

ରାଷ୍ଟ୍ର ପାଇଁ ଶହୀଦ ସରୋଜ କୁମାର ଦାସଙ୍କ ସେବା ଓ ସମର୍ପଣ ଭାବନା ସ୍ମରଣୀୟ ହୋଇ ରହିବ- ଧର୍ମେନ୍ଦ୍ର ପ୍ରଧାନ 

ଢେଙ୍କାନାଳ, ଅକ୍ଟୋବର ୨୧ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କେନ୍ଦୁଢ଼ିପ ଗାଁରେ ଶହୀଦ ଯବାନ ସରୋଜ କୁମାର ଦାସଙ୍କ ବାସଭବନକୁ ଯାଇ ତାଙ୍କର ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।  

ଶହୀଦ ସରୋଜ କୁମାର ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ  ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି ଅଞ୍ଚଳର ବୀରପୁତ୍ର ଥିଲେ । ରାଷ୍ଟ୍ର ପାଇଁ ତାଙ୍କର ସେବା କାର୍ଯ୍ୟ, ସମର୍ପଣ ଭାବନା ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରୁଛି ।

Leave a Reply

Your email address will not be published. Required fields are marked *