ରାଇଯିଙ୍ଗ ଷ୍ଟାର ଅନୁଷ୍ଠାନ ତରଫରୁ ବିଶାଳ ଫେଶନ ଶୋ ,ମର୍ଡନ ପ୍ରତିଯୋଗିତା କରାଯାଇଅଛି ।
ଶେରଗଡ଼ ସ୍ଥିତ ୱ ରାଇଯିଙ୍ଗ ଷ୍ଟାର ଅନୁଷ୍ଠାନ ତରଫରୁ ପ୍ରକାଶ ହଲ ଠାରେ ବିଶାଳ ଫେଶନ ଶୋ ,ମର୍ଡନ ଡେନସ ଲୋକନୃତ୍ୟ , ଓଡିଶୀ ଇତ୍ୟାଦି ଅନୁଷ୍ଠାନ ର ପ୍ରତିଷ୍ଠାତା ସାସ୍ମିତାରଣି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରତିଯୋଗିତା କରାଯାଇଅଛି । , ଏଥିରେ ବିଭିନ୍ନ ବର୍ଗର ଶତାଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ମେହେର ସଂଘମୀତ୍ରା ଦଳେଇ ଯୋଗଦେଇଥଲେ।
ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ମଦନ ମିଶ୍ର ଯୁବ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ମଞ୍ଚାଷିନ ଥିଲେ ,ଅନ୍ସୁଷ୍ଟନ ର ପରିଚାଳକ ନିର୍ଦ୍ଦେଶକ କୃଷ୍ଠଚନ୍ଦ୍ର ସାହୁ ସଭାପତିତ୍ଵ କରିଥିବାବେଳ ବିଚାରକ ଭାବରେ ଉଷାରାଣୀ ମହାପାତ୍ର , ପୁସ୍ପିତା ମିଶ୍ର ,ରଶ୍ମିତା ଦଳେଇ ସାମଲ ,ପୁଷ୍ପଲତା ପାଣିଗ୍ରାହୀ , ଗୁଲାମ ଗୁସିଲ ଗଣେଶ ମିସ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ ।ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବରିଷ୍ଠ ଉଦପୋଷକ କାର୍ତ୍ତିକ ପାଣିଗ୍ରାହୀ ସଯୋଜକ କରିଥିଲେ ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମଦନ ମିଶ୍ର , ସୁଦୀପ ସାହୁ ,ପୁଷ୍ପାଳତା ପାଣିଗ୍ରାହୀ , ରଶ୍ମିତା ଦଳାଇ ଉଷାରାଣୀ ମହାପାତ୍ର ,ପୁଷ୍ପିତ ମିଶ୍ର ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।ଶେଷରେ ମିଡ଼ିଆ ପ୍ରାର୍ଟନର ଶିବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ମୁଖ୍ୟ ଆର୍କଷଣ ଓଡ଼ିଆ ସିନେଜଗତର ଷ୍ଟାର ବିଶ୍ବଭୂଷଣ ପଣ୍ଡା ଏବଂ ସଂଗୀତା ନିର୍ଦ୍ଦେଶକ ନୀଳ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତାପ ସାହୁ।ଗପାଳପ୍ରଧନ , ଜିତେନ୍ଦ୍ର ଗୋଡ଼,ଶିବ ଶଙ୍କର ସାହୁ ପ୍ରମୁଖ ସହଯୋଗ କରିଥିଲେ