ରାଜ୍ୟ

ସମାଜ ସେବୀ ଗୋବିନ୍ଦଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ

 ଜେନାପୁର,(ପି.ଏନ୍) ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଅଧିନସ୍ଥ ମଠ ସାହିର ଗୋବିନ୍ଦ ରଣାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ୦୨ ଫେବ୍ରୁଆରି ୨୦୦୪ ଆର୍ବିଭାବ ହୋଇ ୧୦ ଅକ୍ଟୋବର୍ ୨୦୨୩ ରେ ତିରୋଧାନ ହୋଇଥିଲେ ।ତାଙ୍କର ମୃତ୍ୟୁ ବେଳକୁ ୧୯ ବର୍ଷ ହୋଇଥିଲା । ସେ ଜଣେ ସମାଜସେବୀ ଓ ପରୋପକାରୀ ଭଲ ମଣିଷ ଥିଲେ । ଅସହାୟର ବନ୍ଧୁ ସେବା ସଂଗଠନର ଜଣେ ଆଗ ଧାଡିର ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ ।  ବାପା ମା’ଙ୍କ ଗୋଟେ ବୋଲି ପୁଅ ଥିଲେ । ଏତେ କମ୍ ବୟସରୁ ଚାଲିଯିବା ଘଟଣାଟି ପରିବାରକୁ ଶକ୍ତ ଆଘାତ ଦେଇଛି ଯାହା କେବେବି ପୂରଣ ହୋଇପାରିବନି । ଏହି ପରିପେକ୍ଷୀରେ ଗୋବିନ୍ଦଙ୍କ ସ୍ମୃତିକୁ ଉଜୀବିତ ରଖିବା ପାଇଁ ଏକଦଶ କ୍ରିୟାରେ  ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ପୁରାତନ ଶିକ୍ଷକ,ବିଦ୍ୟାଳୟ ସମୟର ପାଠପଢା ବନ୍ଧୁ,ସ୍ଥାନୀୟ ଅଞ୍ଚଳର ମାନ୍ୟଦନ୍ୟ ବ୍ୟକ୍ତି,ପୁରାତନ ଶିକ୍ଷକ ଓ ଅସହାୟର ବନ୍ଧୁ ସେବା ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ସାମିଲ୍ ହୋଇ ତାଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତର କାର୍ଯ୍ୟକୁ ଜୀବିତ ରଖିବା ପାଇଁ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *