ରାଜ୍ୟ

ବିଜୟା ଦଶମୀରେ କୁନ୍ଦୁଲି ହାଟ ପଦାରେ ଦୁର୍ଗା ପୂଜା ଅନୁଷ୍ଠିତ

ପଟାଙ୍ଗି:(ପି ଏ ନ)  ଆଜି ବିଜୟା ଦଶମୀ କୁନ୍ଦୁଲି ହାଟପଦାରେ ଦୁର୍ଗା ପୂଜା ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ତେବେ କୋରାପୁଟ ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ଦେବୀ ମା’ଙ୍କ ଆରଧାନା ଚାଲିଥିବା ବେଳେ, ଏହି ପ୍ରରିପେକ୍ଷୀରେ କୋରାପୁଟ, ସେମିଳିଗୁଡ଼ା, ସୁନାବେଡ଼ା, ନନ୍ଦପୁର, ଲାମତାପୁଟ ଦୁର୍ଗା ପୂଜା ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜା ଆରମ୍ଭ ହୋଇଛି ।  ମା’ଙ୍କ ପୂଜା ପାଇଁ କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ କୁନ୍ଦୁଲି ହାଟପଦାରେ  ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକର କୁନ୍ଦୁଲିହାଟପଦାର ଆଦିମ ଶ୍ରୀକ୍ଷେତ୍ର ରେ ୩୧ ତମ ଦଶହରା  ଧୁମଧାମରେରେ ପାଳନ କରାଯାଇଛି। ପୂର୍ବତନ ସାଂସଦ ଓ ମନ୍ତ୍ରୀ ଜୟରାମ ପାଙ୍ଗି ଙ୍କ ଦ୍ଵାରା ଦୁର୍ଗା ପୂଜା  ପାଳିତ ହୋଇଯାଇଛି। ପୂଜା ଅବସରରେ ବର୍ଷରେ ଗୋଟିଏ ମନ୍ଦିର ଆକାର ରେ ମେଡ ନିର୍ମାଣ କରୁଥିବା ବେଳେ ଚଳିତ ବର୍ଷ ଭୁବନେଶ୍ୱର ରେ ଥିବା ଲିଙ୍ଗରାଜ ମନ୍ଦିରର ଆକାରରେ ଆକର୍ଷଣୀୟ ମେଡ଼ ନିର୍ମାଣ ହେଇଛି।ତା ସହିତ କୁନ୍ଦୁଲି ହାଟପଦା ରେ ବିଦ୍ୟୁତ୍ ଆଲୋକରଣ କରାଯାଇଛି। ଏହି ଅବସରରେ କଳସରେ ପ୍ରବିତ୍ର ଜଳ ସଂଗ୍ରହ କରାଯିବା ପରେ ମା ଙ୍କ ବିଲ୍ବବରଣ କରାଯାଇଥିଲା। ଆକର୍ଷଣୀୟ ପୂଜା ପେଣ୍ଡାଲ ନିର୍ମାଣ କରି ଦୁର୍ଗା ମୂର୍ତ୍ତି ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କରିଥିଲେ। ସପ୍ତମୀ ଅଷ୍ଟମୀ ପୂଜା ଭକ୍ତି ସହ ପାଳନ କରିଥିଲେ।ଦଶହରା ଦିନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରୁଛନ୍ତି।ସେହି ଦିନ ରାତି ସାରା ଯାତ୍ରା ଅନୁଷ୍ଠିତ ହେବ।ରାତିରେ  ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରିବେ ବୋଲି ପୂଜା ସଭାପତି ଜୟରାମ ପାଙ୍ଗି ସୂଚନା ଦେଇଚନ୍ତି।୩୧ ବର୍ଷ ରୁ ଶାନ୍ତି ଶୃଙ୍ଖଳା ରେ ପୂଜା ହୋଇ ଆସୁଛି। କୋରାପୁଟ ଜିଲ୍ଲାର କୁନ୍ଦୁଲି ଦୂର୍ଗା ପୂଜା ସୁନାମ ଅର୍ଜନ କରିଛି। ଏହି ଦୁର୍ଗା ପୂଜା ରେ ବିଭିନ୍ନ ସ୍ଥାନରେ ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ଲାଗି ରହିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *