କଟକ ସତୀ ଚଉରା ସମାଧିପୀଠ ଠାରେ ଭଗବତୀଙ୍କୁ ଶ୍ରଦ୍ଧାଞ୍ଜଳି
କଟକ,
- ଭଗବତୀ ଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ ମୁକ୍ତି ସଂଗ୍ରାମୀ,ସମତାଭିତ୍ତିକ ସମାଜ ଗଠନର ସାମ୍ୟବାଦୀ ଚେତନାର ଭଗିରଥ, କୃଷକ ଆନ୍ଦୋଳନ ଓ ଗଡଜାତ ପ୍ରଜା ଆନ୍ଦୋଳନର ଅଗ୍ରଗଣ୍ୟ ନେତା ଏବଂ ଓଡ଼ିଆ ସାହିତ୍ୟର ପ୍ରଗତିଶୀଳ ଚିନ୍ତାଧାରା ଓ ନଵଯୁଗର ସ୍ରଷ୍ଟା। ମାତ୍ର ୩୫ ବର୍ଷରେ ଅକାଳମୃତ୍ୟୁ। ୧୨/୧୩ ବର୍ଷର କର୍ମ ଜୀବନରେ ଓଡ଼ିଶାର ସାମାଜିକ, ସାହିତ୍ୟ, ସାଂସ୍କୃତିକ, ରାଜନୈତିକ ଓ ମାନସିକ କ୍ଷେତ୍ରରେ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ।
ଆଜି ସୋମଵର ସତୀ ଚଉରା ତାଙ୍କ ସମାଧିପୀଠଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ବିଭିନ୍ନ ବର୍ଗ ଓ ସଂଗଠନର ନେତାମାନେ ଏହା କହିଛନ୍ତି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରମିକ ନେତା କିଶୋର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। କଟକ ମେୟର ସୁବାସ ସିଂହ, ସମାଜ ସେବୀ ସଉପର୍ନ ଶତପଥୀ, ସିପିଆଇ ନେତା ଅମରେନ୍ଦୁ ମହାନ୍ତି , ସିପିଏମ ନେତା ରବି ନାରାୟଣ ମଲ୍ଲିକ, ଜନତା ଦଳ(ୟୁ) ସଭାପତି ଚିତ୍ତରଞ୍ଜନ ମହାନ୍ତି, ଇସକଫର ସାଧାରଣ ସଂପାଦକ ବିଜୟ କୁମାର ପଢିଆରୀ, ଇପ୍ଟାର ସାଧାରଣ ସଂପାଦକ ସୁଶାନ୍ତ ମହାପାତ୍ର, ବ୍ୟାଙ୍କ କର୍ମଚାରୀ ନେତା ଅଶୋକ ତା, ଭ୍ରମରବର ସାହୁ, ସିପିଆଇ ଜିଲ୍ଲା ସମ୍ପାଦକ ଵିନୋଦ ବେହେରା, ସିପିଏମ ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାଶ, ଆଡଭୋକେଟ ଭିକାରୀ ଦାସ, ଦେବେନ୍ଦ୍ର ସୂତାର, ଅଭୟ ପଟ୍ଟନାୟକ, ନାରୀନେତ୍ରୀ କୃଷ୍ଣପ୍ରୀୟା ମିଶ୍ର, ଲଳିତା ଶତପଥୀ, ଶ୍ରମିକ ନେତା ରାମଚନ୍ଦ୍ର ବେହେରା, ସାନନ୍ଦ ସେଠୀ, ହରିହର ମହାନ୍ତି, କାଶୀନାଥ ସ୍ବାଇଁ, ଶିକ୍ଷକ ନେତା କ୍ଷୀରୋଦ ଚନ୍ଦ୍ର ବିଶ୍ବାଳ, ସୁକାନ୍ତ ଵାରିକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭଗବତୀଙ୍କ ଜୀବନୀ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ସିପିଆଇ ନଗର ସମ୍ପାଦକ ପ୍ରସନ୍ନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। - ସଦୟ ପ୍ରକାଶନ ନିମନ୍ତେ ଅନୁରୋଧ ।