ରାଜ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କର କୋମଳ ରେ କାଳନ୍ଦି ସାମଲ ଙ୍କ ଦ୍ଵାରା ରଚିତ ସାମାନ୍ୟ କଥା ପୁସ୍ତକ ଉନ୍ମୋଚିତ

ତାଳଚେର:ତା ୨୫/୧୦: ପବିତ୍ର ଦଶହରା ରେ ତାଳଚେର ସାଉଥ ବଲଣ୍ଡା ଠାରେ ରାବଣ ପୋଡି ଉତ୍ସବରେ ସାମାନ୍ୟ କଥା ଉପନ୍ୟାସ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କର କୋମଳ ରେ ବରିଷ୍ଠ ବିଜେପି ନେତା ତଥା ଏନ ଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ ଙ୍କ ଦ୍ଵାରା ରଚିତ ସାମାନ୍ୟ କଥା ଉପନ୍ୟାସ ପୁସ୍ତକ ଉନ୍ମୋଚିତ ହୋଇଯାଇଛି।ପ୍ରକାଶ ଥାଉକି ତାଳଚେରର ବିଶ୍ୱସ୍ତ ସେବକ କାଳନ୍ଦି ସାମଲ ଜଣେ କବି, ଲେଖକ, ସୁବକ୍ତା, ଗୀତିକାର,ଉପନ୍ୟାସିକ ,ଏହା ପୂର୍ବରୁ ତାଙ୍କର ଦୁଇଟି ଉପନ୍ୟାସ ଯାଆଁଳା ତୋଟା, ଓ ସାଇତା ଲିମ୍ବ ପ୍ରକାଶିତ ହୋଇ ପାଠକ ଙ୍କ ମହଲରେ ବେଶ ଆଦୃତ ହୋଇପାରିଛି।କାଳନ୍ଦି ସାମଲ ଓଡିଆ ଉପନ୍ୟାସ ର ଜଣେ ଉଦୟମାନ ସ୍ରଷ୍ଟା  । କାଳନ୍ଦି ସାମଲ ଙ୍କ ” ସାମାନ୍ୟ କଥା ”  ୩ୟ ଉପନ୍ୟାସ, ଏହି ଉପନ୍ୟାସ ଟି ମାଧ୍ଯମ ରେ ପାରମ୍ପରିକ ବିଶ୍ବାସ, ଈଶ୍ବର ଭକ୍ତି, ସାମାଜିକ ସଂସ୍କାରର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି  । ପୂର୍ବ ରୁ ତାଙ୍କର ଦୁଇଟି ଉପନ୍ୟାସ ” ଯାଆଁଳା ତୋଟା ” ଏବଂ ” ସାଇତା ଲିମ୍ବ ” ପାଠକୀୟ ଙ୍କ ଦ୍ବାରା ବେଶ ଆଦ୍ରୁତି ପାଇଛି  ।। Amazon ରେ ଏହି ଉପନ୍ୟାସ ଟି ଉପଲବ୍ଧ ଅଛି  ।।*ସାମାଜିକ ଚଳନୀ ଉପରେ ଆଧାରିତ “ସାମାନ୍ୟ କଥା” ପୁସ୍ତକ ପାଠକ ମହଲରେ ଆଦୃତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *