ଖେଳମୁଖ୍ୟ ଖବର

ଛାଡ଼ପତ୍ର ପରେ ପତ୍ନୀଙ୍କୁ ନେଇ ଏଭଳି କଥା କହି‌ଲେ କ୍ରିକେଟର ଶିଖର ଧାୱନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଶିଖର ଧାୱନଙ୍କ ଛାଡ଼ପତ୍ର ଆବେଦନକୁ କୋର୍ଟ ମଞ୍ଜୁରୀ ଦେଇଥିଲେ। ଏହାପରେ ଆଇନଗତ ଦୃଷ୍ଟିରୁ ଧାୱନ ପତ୍ନୀ ଆୟସା ମୁଖାର୍ଜ୍ଜୀଙ୍କଠାରୁ ଅଲଗା ହୋଇଯାଇଥିଲେ।ଧାୱନ ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ପତ୍ନୀ ଆୟସା ମୁଖାର୍ଜ୍ଜୀଙ୍କ ସହିତ ଫୋନରେ ହୋଇଥିବା କଥାକୁ ସେ କହୁଛନ୍ତି।

ଧାୱନ ଭିଡିଓ ସେୟ‌ାର କରି କହୁଛନ୍ତି, ‘ ଆଜି ମୋ ସ୍ତ୍ରୀର ଫୋନ ଆସିଥିଲା। ସେ ମୋତେ କ୍ଷମା ମାଗୁଛି। ଆଉ କହୁଛି କି ସରି ବାବୁ, ମୋର ଭୁଲ ହୋଇଯାଇଛି। ଆଗାମୀ ସମୟରେ ତୁମେ ଯେମିତି କହିବ ମୁଁ ସେମିତି କରିବି। ବାସ ତୂମେ ଘରକୁ ଫେରିଆସ। ତା’କଥା ଶୁଣି ମୋ ମନ ଭରି ଯାଇଥିଲା। ଭଗବାନ ଏମିତି ସ୍ତ୍ରୀ ସମସ୍ତଙ୍କୁ ଦିଅନ୍ତୁ।’

ବର୍ତ୍ତମାନ ଆୟସା ପୁଅକୁ ନେଇ ଅଷ୍ଟ୍ରେଲିଆରେ ରହୁଛନ୍ତି। ନିକଟରେ ଧାୱନ ପୁଅ ସହିତ ଭିଡିଓ କଲରେ କଥା ହୋଇଥିବାର ଏକ ସ୍କ୍ରିନ ସଟ ସେୟାର କରିଥିଲେ।

ତେବେ ଶିଖର ଓ ଆୟସା ମୁଖାର୍ଜ୍ଜୀଙ୍କ ଛାଡ଼ପତ୍ର ଶୁଣାଣି କରି ଅଦାଲତ କହିଥିଲେ, ‘ଶିଖର ପୁଅ ସହ ଅଷ୍ଟ୍ରେଲିଆରେ କିମ୍ବା ଭିଡିଓ କଲ୍ ଜରିଆରେ କଥାବାର୍ତ୍ତା କରିପାରିବେ। ଏଥିସହ ଛୁଟି ସମୟରେ ଧାୱନଙ୍କ ସମେତ ତାଙ୍କ ପରିବାରବର୍ଗଙ୍କ ସହ ପୁଅର ଦେଖାସାକ୍ଷାତ କରାଇବାକୁ ଅଦାଲତ ଆୟସାଙ୍କୁ ନିର୍ଦ୍ଦେଶ ଦେଇଥିଲେ।’

Leave a Reply

Your email address will not be published. Required fields are marked *