ରାଜ୍ୟ

ଜଳୁଛି ଶାଳ ଜଙ୍ଗଲ ଶୋଇଛି ବନବିଭାଗ

ତାଳଚେର :
କୌଣସି ଅପହଣଚ ଇଲାକା ନୁହେଁ ଖୋଦ୍ ତାଳଚେର ସହର ବନବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୨କିମି ଦୂର ଡ଼େରା ଛକ ନିକଟରେ ରହିଥିବା ଶାଳ ଜଙ୍ଗଲ ଓ ସେଟ୍ରାଂଲ ହସପିଟାଲ ନିକଟରେ ରହିଥିବା ରାସ୍ତା ଉଭୟରେ ଶାଳଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଥିଲେ ମଧ୍ୟ ବନବିଭାଗ ନିଘୁଡ଼ ନିଦରେ ଶୋଇ ରହିଥିବାକୁ ନେଇ ସେହି ଅଂଚଳରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି । ତାଳଚେର ବନାଚଂଳ ଅନ୍ତର୍ଗତ ଏକର ଏକର ଶାଳଜଙ୍ଗଲ ସେଟ୍ରାଂଲ ହସିପିଟାଲ ଓ ସେଟ୍ରାଲକଲୋନୀ ମଧ୍ୟରେ ରହିଥିବା ରାସ୍ତାର ଉଭୟ ପାଶ୍ୱର୍ରେ କୌଣସି କାରଣରୁ ନିଆଁ ଲାଗିଯିବା ଯୋଗୁଁ ପରିବେଶ ନଷ୍ଟ ହେବା ସାଙ୍ଗକୁ ସେହି ନିକଟସ୍ଥ ଅଂଚଳବାସୀ ଏଥିଯୋଗୁଁ ଆଶା ଆଶଙ୍କାରେ ରହିଛନ୍ତି । ଏକମାତ୍ର ମୁଖ୍ୟ ସେହି ରାସ୍ତାଦେଇ ବିଭିନ୍ନ ସ୍ଥାନକୁ ଲୋକେ ଯାତାୟତ କରିଥାନ୍ତି । ଏହି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ପଥଚାରୀଙ୍କ ଆଖି, କାନରେ ନିଆଁ ଗୋଲ ଓ ଧୂଆଁ ପ୍ରଦ୍ୟୁଷଣରେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି । ତତ୍ ସହିତ ସେହି ଅଂଚଳ ଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସାଙ୍ଗକୁ ଜଙ୍ଗଲରେ ଥିବା ବନ୍ୟ ପଶୁପକ୍ଷୀ, କୀଟପତଙ୍ଗ ଏଥିରୁ ତ୍ରାହି ପାଉନାହାନ୍ତି ବୋଲି ପରିବେଶବିତ୍ ମାନେ ମତପ୍ରକାଶ କରିଛନ୍ତି । ସେହିଭଳି ଡ଼େରା ଛକ ଠାରୁ ହାଣ୍ଡିଧୂଆଁ ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ନିକଟରେ ରହିଥିବା ସହସହ ଏକର ଶାଳଜଙ୍ଗଲରେ ମଧ୍ୟ ଅଗ୍ନିକାଣ୍ଡ ଘଟି ବ୍ୟାପକ ବୃକ୍ଷ ନଷ୍ଟ ହେବା ସହିତ ସେଠିକାର ଅଂଚଳବାସୀ ଏଥିନେଇ ପରିବେଶ ପ୍ରଦ୍ୟୁଷଣ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମ୍‌ୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ, ତାଳଚେର ବନାଚଂଳର ନିକଟତର ହୋଇଥିବା ଉଭୟ ଶାଳଜଙ୍ଗଲରେ ନିଆଁ ଲାଗୁଥିଲେ ମଧ୍ୟ ସେମାନେ କିପରି ଏହା ଜାଣିପାରୁ ନାହାନ୍ତି କି, ଜାଣି ଅଜଣା ରହୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ?
ବନ୍ତୋଲ ଳେଫାଟକ ଠାରୁ ଜଗନ୍ନାଥପୁର ଦେଇ କେନ୍ଦୁପଲ୍ଲୀ ବ୍ରିଜ୍ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ କେବେ?
ତାଳଚେର ତା ୦୫/୦୨ ଭାରତର ବୃହତମ ଏନଟିପିସି/ଟିଟିପିଏସ୍ ପାୱାର ପ୍ଲାଂଟରୁ ଉଭୟ ସରକାର ପ୍ରଚୁର ରାଜସ୍ୱ ନେଉଥିବା ବେଳେ ଓ ଏହି ପ୍ଲାଟ ଗୁଡ଼ିକ ବାହାରକୁ ବିଦ୍ୟୁତ୍ ବିତରଣ କରି କୋଟିକୋଟି ଟଙ୍କା ରୋଜଗାର କରୁଥିବା ବେଳେ ବନ୍ତୋଲ ରେଳଫାଟକ ଠାରୁ ଜଗନ୍ନାଥପୁର ଦେଇ କେନ୍ଦୁପଲ୍ଲୀ ବ୍ରିଜ୍ ପର୍ଯ୍ୟନ୍ତ ଏକମାତ୍ର ସେହି ଅଂଚଳର ଅନୁଗୋଳ ଜିଲ୍ଳାକୁ ସଂଯୋଗ କରୁଥିବା ରାସ୍ତାଟି ଖାଲଖମଣ ଯୋଗୁଁ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଫଳରେ ଏହି ରାସ୍ତାଦେଇ ଗାଡ଼ିମଟର ଯିବାତ ଦୂରକଥା ଚାଲି ଚାଲି ଯିବା କଷ୍ଟକର ହୋଇପଡ଼ିଛି । ଏହି ରାସ୍ତା ପ୍ରତି କାହାର ହେଲେ ସାମାନ୍ୟତମ ଦୃଷ୍ଟି ପଡ଼ୁନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ଏହି ରାସ୍ତାଟି କିଛି ଜଗନ୍ନାଥପୁର ପଂଚାୟତର ହୋଇଥିବା ବେଳେ ଆଉ କିଛି ଏନଟିପିସି/ଟିଟିପିଏସ୍‌ର ଅଧିନସ୍ଥ ଥିବା କୁହାଯାଉଛି । ଏହି ରାସ୍ତା ଉପରେ ବନ୍ତୋଲ, ଜଗନ୍ନାଥପୁର ଏପରିକି, ତାଳଚେର ଅଂଚଳରବାସୀ ନିର୍ଭର କରିଥାନ୍ତି । ଉଭୟ ପଂଚାୟତରୁ ଲୋକ ତାଳଚେର ଉପଜିଲ୍ଳାପାଳ, ସରକାରୀ ଡ଼ାକ୍ତରଖାନା, ରେଲୱେଷ୍ଟେସନ୍ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଭିନ୍ନ ଭିନ୍ନ କାମ ନେଇ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ମାତ୍ର ଉକ୍ତ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଯାତାୟତ ଏକ ରକମ ଠପ୍ ହୋଇ ଯାଇଛି ଏବଂ ସେହି ଅଂଚଳବାସୀଙ୍କ ମଧ୍ୟରେ ତୀବ୍ରଅସନ୍ତୋଷ ପ୍ରକାଶ ପାଇଛି । ତତ୍ ସହିତ ଦୀପତଳ ଅନ୍ଧାର ଥିଲାଭଳି ଏହି ରାସ୍ତାର ଉଭୟପାଶ୍ୱର୍ରେ ଆଲୋକୀକରଣ ନଥିବାରୁ ରାତ୍ରୀ ସମୟରେ ଯାତାୟତ କରିବା ଲୋକମାନେ ଉଚିତ ମଣୁନାହାନ୍ତି । ଏଥିନେଇ ଉଭୟ ଗ୍ରାମର ସରପଂଚ ସ୍ଥାନୀୟ ପ୍ରଶାସନ, ଏନଟିପିସି / ଟିଟିପିଏସ୍‌କୁ ଅଭିଯୋଗ କରିଥିଲେ ମଧ୍ୟ ଫଳଶୂନ! ତେଣୁ ଯୁଦ୍ଧକାଳୀନ ମଧ୍ୟରେ ଏହି ରାସ୍ତା ନିର୍ମାଣ ସହିତ ରାସ୍ତାର ଉଭୟପାଶ୍ୱର୍ରେ ଆଲୋକୀକରଣ ପାଇଁ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *