ସହରାଞ୍ଚଳ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପୁରୀ ମୁନିସିପାଲ୍ଟି ପୁରସ୍କୃତ।
ପୁରୀ ୨୯/୧୦ ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇପାରିବ ନାହିଁ।କିନ୍ତୁ ଉପଯୁକ୍ତ ପରିଚାଳନା ଓ ପୂର୍ବ ସତର୍କତା ବିପର୍ଯ୍ୟୟ ର କ୍ଷୟକ୍ଷତିକୁ ହ୍ରାସ କରାଯାଇ ପାରିବ। ମୁଖ୍ୟମନ୍ତ୍ରୀ ଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ର ଉକ୍ତି କୁ ସାର୍ଥକ କରିବାକୁ ପୁରୀ ପୌରପାଳିକା ପକ୍ଷରୁ ଗ୍ରହଣୀୟ କରାଯାଇଥିବା ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା ପ୍ଲାନ କୁ ରାଜ୍ୟ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ପୁରସ୍କୃତ କରାଯାଇଛି।ଆଜି ପୂର୍ବାହ୍ନରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ପୁରସ୍କାର କୁ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଙ୍କୁ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ,ଓସଡାମାର ଏମ ଡି ଜ୍ଞାନ ରଞ୍ଜନ ଦାସ ଓ ୟୁଏନଡିପିର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।