ରାଜ୍ୟ

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଉଦଯାପିତ ଷ୍ଟିଲ କନକ୍ଲେଭ, କଳିଙ୍ଗନଗର ମହୋତ୍ସବ ୨୦୨୩ I

ଯାଜପୁର (କଳିଙ୍ଗନଗର ) :- କଳିଙ୍ଗନଗର ଶିଳ୍ପାଞ୍ଚଳ ର ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ତେଲିବାହାଳି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ କଳିଙ୍ଗନଗର ମହୋତ୍ସବ ର ଉଦଯାପିତ ହୋଇଯାଇଛି।ଉଦଯାପନ ସନ୍ଧ୍ୟାରେ ଭରପୁର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଥିଲେ ।ଶିଳ୍ପ ମନ୍ତ୍ରୀ କହିଥିଲେ ପୂର୍ବରୁ କଳିଙ୍ଗରେ ଯେତେ ସବୁ ଆକ୍ରମଣ ହୋଇଛି ସବୁ ଆକ୍ରମଣ କଳିଙ୍ଗନଗର ବାଟ ଦେଇ ଯାଇଛି।କଳିଙ୍ଗନଗରର ପୂର୍ବ ଗାରିମା କଥା କହିଥିଲେ।କଳିଙ୍ଗନଗର ର ଇତିହାସ କହି ଓଡ଼ିଶା ରତ୍ନ ବିଜୁ ବାବୁଙ୍କୁ ମନେପକେଇଥିଲେ। ଯୋଗଦେଇଥିଲେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ,ମାନ୍ୟବର ବିଧାୟକ ବଡ଼ଚଣା ଅମର ପ୍ରସାଦ ଶତପଥୀ ।ବିଧାୟକ ବଡ଼ଚଣା କହିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଦ୍ବିତୀୟ ଇସ୍ପତ କାରଖାନାର କଳିଙ୍ଗନଗରରେ ଶୁଭାରମ୍ଭ କରିଥିଲେ। କଳିଙ୍ଗ କୁ ବିଜୁ ବାବୁ ଭଲ ପାଉଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଧନ୍ୟବାଦ୍ ଦେଇଥିଲେ କଳିଙ୍ଗନଗର ସମସ୍ତ ଜନସାଧାରଣଙ୍କୁ।ଶିଳ୍ପ ର ବିକାଶ ନ ହେଲେ ସ୍ବାସ୍ଥ୍ୟ,ଶିକ୍ଷା,ଭିତ୍ତିଭୂମିର ବିକାଶ ହେଇପାରିବ ନାହିଁ।୩୧ ବର୍ଷ ତଳେ ବିଜୁ ପଟ୍ଟନାୟକ ଯେଉଁ ସ୍ବପ୍ନ ଦେଖିଥିଲେ ଆଜି ତାହା ସଫଳ ହୋଇଛି ।ମାନ୍ୟବର ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଓ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଉପସ୍ଥିତ ରହି ଚଳିତ ମାସ ଦୁଇ ତାରିଖରେ କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ଉଦଘାଟିତ କରିଥିଲେI ଦୀର୍ଘ ପାଞ୍ଚଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି ଏହି ମହୋତ୍ସବ l ଏହାସହିତ ଅଂଚଳବାସୀ ଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ବିଭିନ୍ନ ନାମଦାମୀ କଣ୍ଠଶିଳ୍ପୀ ଓ ସିନେତାରକା ମାନଙ୍କୁ ନେଇ ଆୟୋଜିତ ହୋଇଥିଲା ଏହି ଏୈତିହାସିକ ଷ୍ଟିଲ କନକ୍ଲେଭ ମହୋତ୍ସବ। ମହୋତ୍ସବ ରେ ବିଭିନ୍ନ କାରଖାନା ମାନଙ୍କର ଷ୍ଟଲମାନ ରହିଥିବା ବେଳେ ଘରକରଣା ଜିନିଷ,ମୀନା ବଜାର,ବିଭିନ୍ନ ପ୍ରକାର ଦୋଳି, ସରକାରଙ୍କ କୃଷି ବିଭାଗ, ବୟନିକା, ଓରମାସ, ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ନିର୍ମିତ ହେଉଥିବା ବିଭିନ୍ନ ପ୍ରକାର ହସ୍ତତନ୍ତ ଜିନିଷ, ଛୋଟ ପିଲାଙ୍କ ପାଇଁ ଖେଳଣା ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ର ଦୋକାନମାନ ରହିଥିବାର ଦେଖିବାକୁ ମିଳିଥିଲା l ଏହି ପାଞ୍ଚଦିନ ରେ ପ୍ରତ୍ୟେହ ସମସ୍ତ ଦିନ ମନ୍ତ୍ରୀ, ବିଧାୟକ, କଳାକାର, ଦକ୍ଷ କାରିଗର, ବୁଣାକାରମାନଙ୍କୁ ମହୋତ୍ସବ କମିଟ ତରଫରୁ ସମ୍ମାନିତ କରାଯାଇଥିଲା l ଶେଷ ଦିନରେ କଣ୍ଠ ଶିଳ୍ପୀ ଶଶାଙ୍କ,ଜେସି, ବଲିଉଡ୍ ସିନେ ଜଗତର କଣ୍ଠ ଶିଳ୍ପୀ ଅରୁଣିତା କାଞ୍ଜିଲାଲ,ପୱନଦୀପ ଯୋଗଦେଇଛନ୍ତି।ମହୋତ୍ସବର ଅନ୍ତିମ ଦିନରେ ଯୋଗଦେଇଥିଲେ ସିନେ ତାରକା ଶିବାନୀ।ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଥିଲା ।ପରିବେଶ ସଫେଇ ଉପରେ ନଜର ଦିଆଯାଇଥିଲା। ପାରମ୍ପରିକ ଲୋକକଳା ମହୋତ୍ସବ ମଞ୍ଚର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଦର୍ଶକମାନଙ୍କ ମଧ୍ୟରେ ମନୋରଞ୍ଜନ ର ଭରପୂର ମଜା ଦେଇଥିଲା।ଉଦଯାପନୀ ଉତ୍ସବରେ ମଞ୍ଚପରିଚାଳନା କରିଥିଲେ ପୁପିନ୍ଦର ଓ ଶୁଭମ୍।

Leave a Reply

Your email address will not be published. Required fields are marked *