ପାଇଖାନା ଘରେ ବିତୁଛି ବୃଦ୍ଧାଙ୍କ ଜୀବନ
ଆଦିବାସି ଅଧ୍ୟୁଷିିତ କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଳକ ଗୁଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୪ନଂ ଓ୍ବଡର ସାନ ଗୁମାଗଡ ସାହିରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଦୃଶ୍ୟ, ଯାହାକି ସ୍ବାଧୀନତାର ୭୭ ବର୍ଷ ଅତିକ୍ରମ କରିସାରିଥିଲେ ସୁଧା ବୃଦ୍ଧା ସୁମିତ୍ରାଙ୍କ ପାଖରେ ପହଞ୍ଚି ପାରିନି ସରକାରଙ୍କ ଆବାସ ଯୋଜନା।ଦୁଃଖ ଓ ପରିତାପର ବିଷୟ ସରକାର ଜନ ସାଧାରଣଙ୍କ ସୁବିଧା ପାଇଁ ମାଳ ମାଳ ଯୋଜନା କରିଥିବା ଡିଣ୍ଡିମ ପିଟୁଥିବା ବେଳେ,ଆଜିବି ଅବହେଳିତ ଅବସ୍ଥାରେ ପାଇଖାନା ଘରେ ଜୀବନ କାଟୁଛନ୍ତି ଭିନ୍ନକ୍ଷମା ବୃଦ୍ଧା ସୁମିତ୍ରା ନାୟକଙ୍କ ଜୀବନ ।ସୂଚନା ମୁତାବକ ସ୍ଵଚ୍ଛ ଭାରତ ମିଶନ ଦ୍ବାରା ନିର୍ମିତ ଏକ ପାଇଖାନା ଘରେ ଦୀର୍ଘ ୧୦ ବର୍ଷ ହେବ ବିତୁଛି ଭିନ୍ନକ୍ଷମା ବୃଦ୍ଧା ମହିଳା ସୁମିତ୍ରାଙ୍କ ଜୀବନ।ବାରଂବାର ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅସୁବିଧା ବିଷୟ ଜଣାଇଥିଲେ ମଧ୍ୟ କେହିମଧ୍ୟ ତାଙ୍କରି ଅସୁବିଧାକୁ ବୁଝିନଥିବା ଜାଣିବାକୁ ମିଳିଛି ।ଆବାସ ଯୋଜନାରେ ୪୦ ପ୍ରତିଶତ ବିଧବା ଅସହୟା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଅଗ୍ରାଧିକାର ଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବା ଭିନ୍ନକ୍ଷମା ବୃଦ୍ଧା ସୁମିତ୍ରାଙ୍କୁ ଅଣଦେଖା କରାଯାଉଥିବା ନେଇ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ପାରିବା ପଣିଆ ପ୍ରତି ପ୍ରଶ୍ନ ଉଠୁଛି ।ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଭିନ୍ନକ୍ଷମା ବୃଦ୍ଧା ସୁମିତ୍ରାଙ୍କୁ ଘରଟିଏ ନମିଳିବା ଅତି ଦୁଃଖ ଓ ପରିତାପର ବିଷୟ ବୋଲି ପ୍ରକାଶ କରିବା ସହିତ ଅତିଶୀଘ୍ର ସୁମିତ୍ରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।