ଆଦିତ୍ୟ ଆଲୁମିନିୟମ- ନିକ୍ଷୟ ମିତ୍ର ହେଲା
ସମ୍ବଲପୁର ତା ୦୧.୧୧.୨୦୨୩
ଅIଦିତ୍ୟ ଆଲୁମିନିୟମ, ଟିବି ୟୁନିଟ ରେଙ୍ଗାଲି ଓ ଟିବି ନିରାକରଣ ବିଭାଗ ସମ୍ବଲପୁରର ମିଳିତ ସହଯୋଗରେ ରେଙ୍ଗାଲି ସ୍ଥିତ ଡଟ୍ ସେଣ୍ଟରରେ ଏକ ସଭାର ଆୟୋଜନ ହୋଇଥିଲା। ଆଦିତ୍ୟ ଆଲୁମିନିୟମ ଚଳିତ ବର୍ଷ ନିକ୍ଷୟ ମିତ୍ର ରୂପରେ ପଞ୍ଜିକରଣ ହୋଇଅଛି । ଏହା ଅଧିନସ୍ଥ ରେଙ୍ଗାଲି ବ୍ଲକରେ ଥିବା ସମସ୍ତ ଟିବି ରୋଗୀମାନଙ୍କୁ ପୋଷ୍ୟ ରୂପରେ ଗ୍ରହଣ କରିଅଛି ଓ ଆଗାମୀ ୬ ମାସ ଯାଏ ସମସ୍ତ ରୋଗୀ ମାନଙ୍କୁ ପୃଷ୍ଟି ଯୁକ୍ତ ଖାଦ୍ୟ କିଟ୍ ପ୍ରଦାନ କରିବାକୁ ଧାର୍ଯ୍ୟ କରିଅଛି । ସାରା ବିଶ୍ୱରେ ଯକ୍ଷ୍ମାରୋଗର ବ୍ୟାପକତା ବୃଦ୍ଧି ପାଉଥିବାରୁ ଏହାର ନିରାକରଣ ତଥା ରେଙ୍ଗାଲି ବ୍ଲକକୁ ଯକ୍ଷ୍ମା ମୁକ୍ତ କରିବାର ଲକ୍ଷ ନେଇ ଆଦିତ୍ୟ ପାରିପାର୍ଶ୍ବିକ ଉନ୍ନୟନ ବିଭାଗର ଏହା ଏକ ପ୍ରୟାସ। ଆୟୋଜିତ ହୋଇଥିବା ସଚେତନତା ସଭାରେ, ଡ଼ଃ ଶୁଭମ୍ ସିଂ (ରେଙ୍ଗାଲି) , ସୁଶ୍ରୀ କଲ୍ୟାଣୀ ବାରିକ (ଡି ପି ସି ସମ୍ବଲପୁର), ଶ୍ରୀମତୀ ଶ୍ୱେତା ଉପାଧ୍ୟାୟ( ପାରିପାର୍ଶ୍ଵିକ ଉନ୍ନୟନ ବିଭାଗ ମୁଖ୍ୟ, ଆଦିତ୍ୟ ଆଲୁମିନିୟମ, ଲପଙ୍ଗ। ) ଶ୍ରୀମତୀ ସନ୍ଧ୍ୟା ରାଣୀ କିସ।ନ୍ (ନାଏବ ସରପଞ୍ଚ,ରେଙ୍ଗାଲି) ଶ୍ରୀ ନରେଶ ଚନ୍ଦ୍ର ଶର୍ମା (ୱାର୍ଡ ମେମ୍ବର ରେଙ୍ଗାଲି)ଶ୍ରୀ ସୁରେନ୍ଦ୍ର କୁମାର ବେହେରା (ଫାର୍ମାସିଷ୍ଟ) ଶ୍ରୀ ମନୋରଞ୍ଜନ ବେହେରା(ଉପ ପ୍ରବନ୍ଧକ, ପାରିପାର୍ଶ୍ଵିକ ଉନ୍ନୟନ ବିଭାଗ) ବକ୍ତବ୍ୟ ରଖିଥିଲେଯେ, ଯକ୍ଷ୍ମା ନିରାକରଣ ଏକ ସାମାଜିକ ଆନ୍ଦୋଳନ I ଏହାର ସମ୍ପୂର୍ଣ ନିରାକରଣ ନିମନ୍ତେ ସାମୁହିକ ପ୍ରୟାସ ତଥା ଦୃଢ ଇଛାଶକ୍ତିର ଆବଶ୍ୟକତା। ସୁଶ୍ରୀ କଲ୍ୟାଣୀ ବାରିକ ଯକ୍ଷ୍ମା ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ I ଉକ୍ତ ସଭାରେ ଶ୍ରୀମତୀ ଶୁଭଶ୍ରୀ ଦାସ (ଏସ ଟି ଏସ ରେଙ୍ଗାଲି), ଶ୍ରୀଯୁକ୍ତ ମନୋରଞ୍ଜନ ପଧାନ, ସୁଶ୍ରୀ ପୂଜା ଘୋଷ, ଶ୍ରୀଯୁକ୍ତ ମଳୟ ନାୟକ ସମେତ ଆଦିତ୍ୟ ଆଲୁମିନିୟମରେ କାର୍ଯ୍ୟ ପ୍ରାରମ୍ଭ କରିଥିବା ଯୁବ ଇଞ୍ଜିନିୟର ମାନେ ଉପସ୍ଥିତ ଥିଲେ।
ଉକ୍ତ କାର୍ଯ୍ୟକ୍ରମଟି ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲା I ସର୍ବଶେଷରେ ଆଦିତ୍ୟ ଆଲୁମିନିୟମ ଦ୍ଵାରା ୨୦୨୨ ରୁ ପ୍ରାରମ୍ଭ ହୋଇଥିବା ଟି ବି ନିରାକରଣ ଅଭିଯାନ ବିଷୟରେ ଆଲୋଚନା କରାଯାଇ ଉପସ୍ଥିତ ରୋଗୀଙ୍କୁ ପୃଷ୍ଟିଯୁକ୍ତ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହା ପ୍ରତି ମାସ ୧୪ ତାରିଖରେ ବଣ୍ଟାଯିବା ପାଇଁ ଜଣ ସାଧାରଣଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିଲା।