ରାଜ୍ୟ

ଅଦିନିଆ ବର୍ଷା ରେ ଉଜୁଡିଲା ଫସଲ,ଧାନ ଅମଳ ସମୟରେ ତଣ୍ଟିଚିପିଲା ଦଇବ।
ହେକ୍ଟର ହେକ୍ଟର ଚାଷ ନଷ୍ଟ।

ଭବାନୀପାଟଣା:

କୁଆଡୁ ମାଡି ଆସିଲା, ଅଦିନିଆ ବର୍ଷା। ଚାଷୀ ମୁଣ୍ଡ ଝାଲ ତୁଣ୍ଡ ରେ ମାରି ଛଅ ମାସ ପରିଶ୍ରମ ପରେ ,କ୍ଷେତରେ ଫଲିଥିଲା ସୁନାର ଫସଲ।ହେଲେ ଦଇବ ମଧ୍ୟ ଦାଉ ସାଧିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଅନ୍ତର୍ଗତ ପଲନା ଗ୍ରାମପଞ୍ଚାୟତ ର ବିଭିନ୍ନ ଗାଁର ଚାଷୀମାନେ ଧାନ ଓ କପା ବହୁ ମାତ୍ରାରେ ଚାଷ କରିଥାନ୍ତି। ବିଭିନ୍ନ ସାହୁକାର ଠାରୁ କରଜ କରି ବିହନ ,ସାର କିଣିଥାନ୍ତି, ହେଲେ ଏଥର ଟେପସା ଗାଁ ର ପାଖାପାଖି ୫୦ଏକର ଚାଷ ଜମି ରେ ଅଦିନିଆ ବର୍ଷା ଓ କୁଆପଖର,ଫସଲ କୁ ମାଟିରେ ସୁଆଇ ଦେଲା।ଟେପସା ଗାଁ ର ପରମାନନ୍ଦ ମାଝୀ ଙ୍କ କହିବା ଅନୁସାରେ, ସ୍ବାମୀ ସ୍ତ୍ରୀର କୁଟୁମ୍ବ,ଧାନ ଚାଷ ହିଁ ବାର ମାସ ର ପେଟପାଟଣା,ଏଥର ବର୍ଷା ର ଦାଉ ରେ ନଷ୍ଟ ହେଲା ପାଖାପାଖି ୩ ଏକର ୩୭ ଡିସିମିଲ ଚାଷ ଜମି। ସ୍ବାମୀ ସ୍ତ୍ରୀ ଙ୍କ ଆଖିରୁ ଝରି ଆସୁଥାଏ ଲୁହ।ଆମେ ଯେତେବେଳେ ତାଙ୍କ ଜମିପାଖରେ ଥିଲୁ , ତାଙ୍କ ସହ କଥା ହେଉଥିଲୁ, ତାଙ୍କ ଆଖିରେ ଆଖି ମିଶେଇବାର ସାହସ ଆମପାଖରେ ମଧ୍ୟ ନଥିଲା। ଥରେ ଭାବନ୍ତୁ ହେକ୍ଟର ହେକ୍ଟର ଚାଷଜମି ରେ ପାଣି ବସିଛି।ଅମଲ ସମୟରେ ଚାଷୀ ଙ୍କ ଚାଷ ନଷ୍ଟ ହୋଇଛି। ତାଙ୍କ ଛାତିର କୋହ କିଏ ବା ବୁଝିବ, ଟେପସା ଗ୍ରାମର ଭଗବାନ ଜାନୀ, ଧନୁର୍ଯ୍ୟ ମାଝୀ,ବିଦ୍ୟାଧର ମାଝୀ,ମାଧବ ରଣା, ପ୍ରଭାକର ରଣା,ଦୁଖିଶ୍ୟାମ ରଣା , ପ୍ରମୁଖ ଚାଷୀ ଙ୍କ ଚାଷ ଜମି ନଷ୍ଟ ହୋଇଛି।ତେଣୁ ସେହି ଅଞ୍ଚଳ ର ଚାଷଜମି କୁ କୃଷି ବିଭାଗ, ଚିହ୍ନଟ କରି କ୍ଷୟକ୍ଷତି ର ସହାୟତା ଯୋଗାଇଦେଲେ, ଚାଷୀ ମାନଙ୍କ ପରିବାର ହସିବେ।

Leave a Reply

Your email address will not be published. Required fields are marked *