ରାଜ୍ୟ

ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ତାଳଚେର ଶାଖା ର କାର୍ଯ୍ୟକାରିଣୀ ବୈଠକ
ଭାରତକୁ ହିନ୍ଦୁରାଷ୍ଟ୍ର କରିବା ପାଇଁ ଶଙ୍କରାଚାର୍ଯ୍ୟ ଙ୍କ ବାଣୀ ଉପରେ ଗୁରୁତ୍ୱ

ତାଳଚେର: ତା୬/୧୧: ପୁରୀ ଗୋବର୍ଦ୍ଧନ ପିଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୀଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ତାଳଚେର ଶାଖା ର କାର୍ଯ୍ୟକାରିଣୀ ବୈଠକ ହାଣ୍ଡିଧୂଆଁ ସାହେବ ବଙ୍ଗଳା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି।ସଂଗଠନ ସଚିବ ବରୁଣ କୁମାର ସାହୁ ଙ୍କ ସଂଯୋଜନା ରେ ଆଦିତ୍ୟ ବାହିନୀ ତାଳଚେର ଶାଖା ର ସଭାପତି ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୋବର୍ଦ୍ଧନ ପୀଠ ର ସମ୍ପର୍କ ପ୍ରମୁଖ ସୌରୀ ରଞ୍ଜନ ପଣ୍ଡା ଯୋଗଦେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ପରିଣତ କରିବା ପାଇଁ ଯେଉଁ ଦିଗଦର୍ଶନ ଦେଇଛନ୍ତି ସେ ଦିଗରେ କାର୍ଯ୍ୟ ସମ୍ପାଦନ କରିବା ଉପରେ ସମସ୍ତେ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ।ପୁରୀ ରେ ରଥଯାତ୍ରା ସମୟରେ ତାଳଚେରବାସୀ ଙ୍କ ଦ୍ୱାରା ଯେଉ ଭଳି ସେବା କାର୍ଯ୍ୟ ଚାଲୁରହିଛି ତାହା ପ୍ରଶଂସନୀୟ ଏବଂ ଏଥିପାଇଁ ଜଗତଗୁରୁ ସବୁବେଳେ ତାଳଚେର ଶାଖା କୁ ପ୍ରଶଂସା କରନ୍ତି ବୋଲି ସେ କହିଛନ୍ତି।ବର୍ଷ ତମାମ ଉକ୍ତ ସଂଗଠନ ସେବା କାର୍ଯ୍ୟ କରିବା ସହ ନୁଆଁ ପିଢ଼ି ଆଗକୁ ଆସି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।ନିୟୋଜନ, ପ୍ରଶିକ୍ଷଣ ଓ ସଂଗଠନ ଉପରେ ସେ ଗୁରୁତ୍ୱ ଦେଇଥିଲେ।କ୍ଷେତ୍ରୀୟ ସଂପାଦକ ବିଜୟ କୁମାର ତ୍ରିପାଠୀ ଯୋଗଦେଇ ଯୁବକ ମାନଙ୍କୁ ଆଗକୁ ଆଣି ସେବା କାର୍ଯ୍ୟରେ ନିୟୋଜିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ସଂଗଠନ ର ଅନୁଗୁଳ ଜିଲ୍ଲାର ମୁଖ୍ୟ ବାସୁଦେବ ହୋତା ଯୋଗଦେଇ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଙ୍କର ବାଣୀ କୁ ଶୁଣାଇବା ସହ ଅନୁଗୁଳ ଜିଲ୍ଲା ସଂଗଠନ କୁ ସୁଦୃଢ କରିବା ଉପରେ ମତ ଦେଇଥିଲେ।ଅନ୍ୟତମ ସଦସ୍ୟ ପର୍ଶୁରାମ ବାରିକ ଯୋଗଦେଇ ସମଗ୍ର ତାଳଚେରରେ ସଦସ୍ୟ ସଂଖ୍ୟା ବୃଦ୍ଧି ସହ ସେବା ମୂଳକ କାର୍ଯ୍ୟ କରିବା ଉପରେ ମତ ପ୍ରକାଶ କରିଥିଲେ।ସଂଗଠନ ସମ୍ପାଦକ ବରୁଣ ସାହୁ ବିଗତ ଦିନର ଅନୁଭୂତି ,ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ।ସଭାପତି ବୃନ୍ଦାବନ ବେହେରା ପୁରୀ ପୀଠରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ।ନୂତନ କର୍ମକର୍ତା ଭାବେ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଉପାଧ୍ୟକ୍ଷ ଜଗଦୀଶ ମିଶ୍ର, ସଚିବ ବିକାଶ କୁମାର ସାହୁ, ସହ ସଚିବ ଅମିତ ପ୍ରଧାନ, କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ରଥ,ସଂଗଠନ ସଚିବ ଅମୂଲ୍ୟ ସାହୁ, ଦିପୁ ସାହୁ ଓ ଚର୍ଚିଲ ସାହୁ, ପ୍ରଚାର ସଚିବ ରମେଶ ସାହୁ, ସାଂସ୍କୃତିକ ସଚିବ ସୁନୀଲ ସାହୁ, ସେବା ସଚିବ ବବୁଲ ସାହୁ, କାର୍ଯ୍ୟାଳୟ ସଚିବ ସାନୁ ସାହୁ, ତ୍ୱରିତ ବାହିନୀ ରେ ସବ୍ୟସାଚୀ ବେହେରା, ଅଙ୍କିତ ବେହେରା, ବିକାଶ ବେହେରା, ଅସିତ ବେହେରା, ଆଶୁତୋଷ ବେହେରା, ଶ୍ରୀକାନ୍ତ ସାହୁ, ପ୍ରୀତମ ବେହେରା, ଧରଣୀଧର ସାହୁ, ରଜତ କୁମାର ସାହୁ, ଘନଶ୍ୟାମ ସାମଲ ଓ ପ୍ରତାପ ଦେବତା, ପୀଠ ପରିଷଦ ରେ ବିନୋଦ ଚନ୍ଦ୍ର ଶତପଥୀ, ବିଜୟ କୁମାର ସାହୁ, ବୀରକିଶୋର ମିଶ୍ର, ଅନ୍ତର୍ଯ୍ୟାମୀ ସାହୁ, ମଦନ ସୁନ୍ଦର ପ୍ରଧାନ ଓ ଆନନ୍ଦ ବାହିନୀ ରେ ସରୋଜିନୀ ସାହୁ ଓ ସବିତା ସାହୁ ପ୍ରମୁଖଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ବୈଠକରେ ଶତାଧିକ ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନଂଦ ବାହିନୀ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *