ରାଜ୍ୟ

ଋଣବୋଝ ରେ ଆତ୍ମହତ୍ୟା କରିଥିବା ଚାଷୀ ପରିବାର କୁ 20ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଈଁ କଂଗ୍ରେସ ଦଳର ଦାବୀ

ଆଜି ପୂର୍ବାହାର୍ଣ ରେ ରଣପୁର କଂଗ୍ରେସ ଦଳ ପକ୍ଷରୁ ପ୍ରଦେଶ କଂଗ୍ରେସ ସଭ୍ୟ ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜାତୀୟ ସଂଗଠନ ସମ୍ପାଦକ ସତ୍ୟବ୍ରତ ନାୟକ ମୃତ ଗୋବିନ୍ଦ ସାହୁ ଙ୍କ ଓସ୍ତପଡା ଗ୍ରାମର ଘରକୁ ଯାଇ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ l ତାଙ୍କ ବଡପୁଅ ବିକ୍ରମ ସାହୁ ସହିତ ଆଲୋଚନା ବେଳେ ପୁଅ ଫସଲ ଉଜୁଡିଯିବା ଫଳରେ ବ୍ୟାଙ୍କ ଋଣ ଓ ହାତ ଉଧାରୀ ଓ ଅର୍ଥ ଅଭାବରୁ ଜମିରେ ପାଣି ନମଡ଼େଇ ପାରିବାରୁ 65ବର୍ଷୀୟ ଗୋବିନ୍ଦ ସାହୁ 5ତାରିଖ ଦିନ ଭୋର 4ଟା ରେ ଘରୁ ଚାଷଜମି ବୁଲିବାକୁ ଯାଇ ଜମି ରେ ଧାନ ଫସଲ ମାରିବା ଓ ଜମି ଫାଟି ଆଁ କରିବା ଦେଖି ମାନସିକ ଚିନ୍ତାରେ ପାଖରେ ଥିବା ଆମ୍ବ ଗଛ ରେ ରସିଲଗେଇ ଆତ୍ମହତ୍ୟା କରିଥିବା ବଡ ପୁଅ କହିଥିଲେ l ଗୋବିନ୍ଦ ଙ୍କ ଚାଷ ଥିଲା ଜୀବନ ତେଣୁ ସେ ଏପରି ପଦକ୍ଷେପ ନେଇଥିଲେ l ଗୋବିନ୍ଦ ଙ୍କ ସାନପୁଅ ଗୁଜୁରାଟ ର ସୁରାଟ କାମକରିବାକୁ ଯାଇଛି l ରାଜ୍ୟ ସରକାର ଙ୍କ କ୍ଷୁଦ୍ର ଜଳସେଚନ ବିଭାଗ ଚାଷୀ ଙ୍କ ସମସ୍ୟା କୁ ଗମ୍ଭୀରତା ର ସହ ନେଇ ଆଗାମୀ ଦିନରେ ଚାଷୀ ମାନେ ଜଳ ଅଭାବରୁ ଚାଷୀ ଙ୍କ ଫସଲ ନଷ୍ଟ ନହୁଏ ସେଥିପାଈଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ତା କରି ଓସ୍ତପଡା ଏବଂ ରଣପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ବୃହତ LI ପକଳ୍ପ ଓ 

 ଚେକ ପଏଣ୍ଟ ନୂତନ ଭାବରେ କରିବା ସହ  ରଣପୁର ଅଞ୍ଚଳରେ ଥିବା ପକଳ୍ପ ଗୁଡିକୁ ଯୁଦ୍ଧ କାଳୀନ ଭିତିରେ ପୁର୍ନରଉଦାର କରିବା ସହ ମୃତ ଗୋବିନ୍ଦ ସାହୁ ପରିବାର କୁ ରାଜ୍ୟ ସରକାର ତୁରନ୍ତ 20ଲକ୍ଷ ଟଙ୍କା କ୍ଷତି ପୁରଣ ପାଈଁ ସତ୍ୟବ୍ରତ ନାୟକ ଦାବୀ କରିଛନ୍ତି l ଏହି ପ୍ରତିନିଧି ଦଳରେ ନୟାଗଡ ଜିଲ୍ଲା କୃଷକ କଂଗ୍ରେସ ସଭାପତି ଧୂର୍ଵ ଚରଣ ପରିଡା, ମିର ଅବୁବକର ସିଦ୍ଧିକ, ପ୍ରକାଶ ଚନ୍ଦ୍ର ନାୟକ, ବାଦଲ ପ୍ରଧାନ, ସୁରେଶ ମହାରଣା, ପଠାଣି ପରିଡା ପ୍ରମୁଖ କଂଗ୍ରେସ କର୍ମକର୍ତା ମାନେ ମୃତକ ପରିବାରକୁ ଭେଟି ସମବେଦନା ଜଣାଇ ଥିଲେ l

Leave a Reply

Your email address will not be published. Required fields are marked *