ରାଜ୍ୟ

ପଧାନସାହି ପଞ୍ଚାୟତରେ ଜନ ଶୁଣାଣି କାର୍ଯ୍ୟକ୍ରମ

ସୁନ୍ଦରପଦା/ଭୁବନେଶ୍ୱର/୫/୧୧: ଆଜି ପଧାନସାହି ପଂଚାୟତ ଭଵନରେ ସରପଂଚ ଅନାମ ଚରଣ ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଭୁବନେଶ୍ଵର ଉପଖଣ୍ଡ ବିକାଶ ମଞ୍ଚ  ତରଫରୁ ଡକାଯାଇଥିଵା ଏହି ବୈଠକରେ ୩୦ରୁ ଉର୍ଦ୍ଧ୍ବ ଆପାର୍ଟମେଣ୍ଟର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ତରଫରୁ ଅଂଚଳର ବିକାଶ ନିମନ୍ତେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଆଗତ କରିଥିଲେ। ସେଥିମଧ୍ୟରୁ ମୁଖ୍ୟ ପ୍ରସଙ୍ଗ ଗୁଡିକ ଥିଲା, ସୁନ୍ଦରପଦା -ଜଟଣୀ ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ, ଆପାର୍ଟମେଣ୍ଟର ସଂଯୋଗୀକରଣ ରାସ୍ତା ଗୁଡ଼ିକର ନିର୍ମାଣ ଓ ଆଲୋକିକରଣ, ଆପାର୍ଟମେଣ୍ଟର ଅଳିଆ ଆବର୍ଜ୍ଜନା ନିଷ୍କାସନ ବ୍ୟବସ୍ଥା ଇତ୍ୟାଦି। ଶ୍ରୀ ସେନାପତି ସବୁ ସମସ୍ୟା ଧୈର୍ଯ୍ୟ ସହକାରେ ଶୁଣି ପଂଚାୟତ ତରଫରୁ କ’ଣ ସବୁ ଉଦ୍ୟମ କରାଯାଇଅଛି, ସବୁ ପ୍ରଶ୍ନର ସନ୍ତୁଷ୍ଟ ଜନକ ଉତ୍ତର ଦେଇଥିଲେ। ଏହାସହିତ ପଂଚାୟତ ତରଫରୁ, ସର୍ବ ସାଧାରଣଙ୍କ ସୁବିଧା ପାଇଁ ଶଵଦାହ ସଂସ୍କାର ସ୍ଥାନ ନିରୂପଣ କରାଯାଇ ସବୁ ବ୍ୟବସ୍ଥା ଆଦି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରୁଥିବା ପ୍ରକାଶ କରିଥିବାରୁ ମଞ୍ଚ ତରଫରୁ  ସରପଂଚଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି ସାଧାରଣ ସଂପାଦକ ରଜନୀକାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *