ରେଙ୍ଗାଲି ରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,,,,,
ରେଙ୍ଗାଲି,,,ରେଙ୍ଗାଲି ବ୍ଲକ ସଭା ଗୃହରେ ଆଜି ସମ୍ବଲପୁର ପ୍ରଶାସନ ଓ ଏଡିଟ-ଏ ତଥା unisafe ପକ୍ଷରୁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯାମିନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବି. ଡି. ଓ,ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ, ମେଡିକାଲ ଅଧିକାରୀ ଡାଃ. ମେହେର, ପୁଲିସ ଅଧିକାରୀ ଚନ୍ଦ୍ର କାନ୍ତ ଅତିଥି ରୂପେ ଉପସ୍ଥିତ ଥିଲେ l ସୁନିତା ତ୍ରିପାଠୀ ପରିଚାଳନା କରିଥିବା ବେଳେ ସୁଵାସିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ଲକ ର ଅଙ୍ଗନବାଡି କର୍ମୀ, ଏମ୍. ବି. କେ କର୍ମୀ, ଅଙ୍ଗନବାଡି ସୁପରଭାଇଜର,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ବିଭିନ୍ନ ଗ୍ରାମ ପଞ୍ଚାୟତ ଶିଶୁ କନ୍ୟା, ସମିତି ସଭ୍ଯ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ l ଶିଶୁ ଙ୍କ ସୁରକ୍ଷା, କଲ୍ୟାଣ କିପରି ହୋଇ ପାରିବ ଏବଂ ବାଲ୍ଯ ବିବାହ କୁ ବନ୍ଦ ସକାଶେ ସମସ୍ତେ ସଂକଳ୍ପ ନେଇଥିଲେ l