ରାଜ୍ୟ

ଜିଲ୍ଲା ପରିଷଦ ସମ୍ବଲପୁରର ଷଷ୍ଠ ବୈଠକ

ସମ୍ବଲପୁର ତା- ୦୮.୧୧: ଆଜି ସମ୍ବଲପୁର ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାପାଳ, ଅନନ୍ୟା ଦାସ, ଆଇ.ଏ.ଏସ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଗତ ବୈଠକ ତା- ୨୫.୦୪.୨୦୨୩ରିଖ ର ବିବରଣୀ , ଖରିଫ୍ ଚାଷ, ଉଦ୍ୟାନ ବିଭାଗର ଅଗ୍ରଗତି ଓ ବିଭିନ୍ନ କାର୍ଯ୍ୟକ୍ରମ , ଅତ୍ୟାବଶ୍ୟକୀୟ ସାମଗ୍ରୀର ସୁଷମ ବଣ୍ଟନ , ସମବାୟ ବିଭାଗର କୃଷି ରୁଣ , ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା , ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ , ପ୍ରାଣୀ ସମ୍ପଦ ବିଭାଗ , ଗ୍ରାମ୍ୟ ନିର୍ମାଣ / ଜଳସେଚନ /କ୍ଷୁଦ୍ର ଜଳ ସେଚନ / ଉଠା ଜଳ ସେଚନ ଓ ପୂର୍ତ୍ତ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ପରିମଳ ବିଭାଗର ବିଭିନ୍ନ ଯୋଜନା ବାବଦରେ ଆଲୋଚନା ସହ ସମ୍ପୃକ୍ତ ବିଭାଗର ନୂତନ ଯୋଜନା କାର୍ୟ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ନିତେଶ ଗଙ୍ଗଦେବଙ୍କ ପ୍ରତିନିଧି, ମାନ୍ୟବର ବିଧାୟକ ରେଙ୍ଗାଲି ଶ୍ରୀଯୁକ୍ତ ନାଉରି ନାୟକ, ମାନ୍ୟବର ବିଧାୟକ କୁଚିଣ୍ଡା କିଶୋର ଚନ୍ଦ୍ର ନାୟକ, ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କ ପ୍ରତିନିଧି , ମାନ୍ୟବର ବିଧାୟକ ରେଢାଖୋଲ ଶ୍ରୀଯୁକ୍ତ ରୋହିତ ପୁଜାରୀଙ୍କ ପ୍ରତିନିଧି ,ଶ୍ରୀମତୀ କୁମୁଦିନୀ ନାୟକ ସଭାପତି ଜିଲ୍ଲା ପରିଷଦ, ଶ୍ରୀଯୁକ୍ତ ମାଧବ ମିର୍ଧା ଉପସଭାପତି, ଜିଲ୍ଲା ପରିଷଦ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସି.ଡି.ଓ.କମ.ଇ.ଓ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ମଲ୍ଲିକଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *