ମୁଖ୍ୟ ଖବର

ଶରଦ ପାଓ୍ବାରଙ୍କୁ ଭେଟିବା ପରେ ଅମିତ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ଅଜିତ ପାଓ୍ବାର

ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ମୁମ୍ବାଇଠାରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ସେ ଦିଲ୍ଲୀ ଯାଇଛନ୍ତି । ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି । ଏହି ସାକ୍ଷାତକୁ ନେଇ ଚର୍ଚ୍ଚା ବଢିଯାଇଛି । ଶରଦଙ୍କୁ ଭେଟିବା ପରେ ପରେ ଅଜିତ କାହିଁକି ଶାହାଙ୍କୁ ଭେଟୁଛନ୍ତି ତାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଶିବିରରେ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଦିଲ୍ଲୀରେ ଅଜିତ ପାୱାର ଗ୍ରୁପ୍ ର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଅଜିତ ଦିଲ୍ଲୀଯାଇଛନ୍ତି ଓ ଦିଲ୍ଲୀରେ ଥିବାବେଳେ ସେ ଶାହାଙ୍କୁ ଭେଟିବେ ।ତେବେ ସମସ୍ତ କଳ୍ପନାଜଳ୍ପନାକୁ ଖଣ୍ଡନ କରି ଶରଦ ପାୱାରଙ୍କ ଭଉଣୀ ସରୋଜ ପାଟିଲ ଗଣମାଧ୍ୟମକୁ କହିଛନ୍ତି ଯେ ତାହାଏକ ପାରିବାରିକ ସାକ୍ଷାତ ଥିଲା ।  “ଯେତେବେଳେ ଆମେ ଭେଟିଥାଉ, ଆମେ ହସିଥାଉ ଏବଂ ପରସ୍ପରକୁ ଉପହାସ କରିଥାଉ । ଦୀର୍ଘ ଦିନ ପରେ ସାକ୍ଷାତ କରି ଆମେ ବହୁତ ଖୁସି ।

କ’ଣ କହିଲା ଶରଦ ପାୱାର ଗୋଷ୍ଠୀ ?

ଶରଦ ପାୱାର ଗୋଷ୍ଠୀ ନେତା ଜୟନ୍ତ ପାଟିଲ କହିଛନ୍ତି, “ଦୁଇ ନେତା (ଶରଦ ପାୱାର ଏବଂ ଅଜିତ) ପାୱାରଙ୍କ ମଧ୍ୟରେ ସାକ୍ଷାତ ହେଉଛି ପାରିବାରିକ, ତେଣୁ ମୁଁ ଏ ବିଷୟରେ କ’ଣ କହିପାରିବି। ମୁଁ ଦଳର ରାଜ୍ୟ ସଭାପତି, ତେଣୁ ଦଳ ବିଷୟରେ ପ୍ରଶ୍ନ ପଚାରନ୍ତୁ।

Leave a Reply

Your email address will not be published. Required fields are marked *