ରାଜ୍ୟ

ଚିନିକଳ କାର୍ଯ୍ୟକ୍ଷମ ଦାବିରେ ୧୫ରେ ବନ୍ଦ ଡ଼ାକରା

ବଲାଙ୍ଗିର,

ବଲାଙ୍ଗିର ଜିଲାର ଏକମାତ୍ର କୃଷି ଭିଭିକ କାରଖାନା ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ଦାବିରେ ଆସନ୍ତା ଡିସେମ୍ବର ୧୫ରେ ବିଭିନ୍ନ ସଂଗଠନ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶା ସେବା ସଂଘ, ଆଦିବାସୀ ଅଧିକାର ମହାସଂଘ, ଭିଲେଜର୍ସ ଇଣ୍ଡିଆ ପାର୍ଟି ଓ ଭୂମିହୀନ ସଂଘ ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିସେମ୍ବର ୧୫ରେ ୧୨ ଘଣ୍ଟିଆ ବଲାଙ୍ଗୀର ପାଇଁ ଘୋଷଣା କରାଯାଇଛି। ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ଅଧିକାରୀ ମହାସଂଘ ସଭାପତି ଦ୍ବିଜ ଦଳପତି, ଭିଲେଜର୍ସ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ଡ. ବିପିନ କୁସୁଲିଆ, ଭୂମିହୀନ ସଂଘ ସଭାପତି ପୂର୍ଣ୍ଣ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।ସରକାର ପଶ୍ଚିମ ଓଡ଼ିଶା ପ୍ରତି ବାରମ୍ବାର ବୈମାତ୍ମକ ମନୋଭାବ ପୋଷଣ କରି ଆସୁଥିବା ନେଇ ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *