ରାଜ୍ୟ

ବିଦେଶ ରୁ ପ୍ରବାସୀ ଓଡିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ର ନିବେଦନ – ବିଶ୍ଵ ରଞ୍ଜନ ସାହୁ ।

କେନ୍ଦ୍ରାପଡ଼ା – ୧୩-୧୧-୨୦୨୩ – ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଶା ସୋସାଇଟି – କୁଏତ / ଭାରତ ସେବା ଦର୍ଶନ ଟ୍ରଷ୍ଟ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ – କୁଏତ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ ଭଲ୍ୟୁଣ୍ଟର ) କୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସରକାର ଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନ ର ପତ୍ର ଲେଖିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଥିବା ୧୪ ଜଣ ଓଡ଼ିଆ ଶ୍ରମିକ ଙ୍କ ଭିଡିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବ୍ଲକ୍ ର ଜୟନଗର କୋଇଲିପୁରୁ ଓ ତ୍ୟେଲକ୍ୟପୁରୁ ପଞ୍ଚାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇ ଥିଲେ। ତେବେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ଖାଇବା ଓ ପିଇ ବାକୁ ମିଳିନଥିବା ସେମାନେ ଅଭିଯୋଗକରିଛନ୍ତି। ୪ ମାସ ହେଲା କଂପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହି ଛନ୍ତି। କେବଳ ସେତିକି ନୁହେଁ, ଭୋକ ଉପାସରେ ରହିବା ସହିତ ସେମାନଙ୍କୁ ଔଷଧ ମଧ୍ୟ ମିଳୁ ନାହିଁ। ସେମାନଙ୍କୁ ଦେଶ କୁ ଫେରାଇ ଆଣିବା କୁ ଭିଡିଓ ମାଧ୍ୟମରେ ଫସି ରହିଥିବା ୧୪ ଜଣ ଶ୍ରମିକ ଅନୁରୋଧ କରିଚନ୍ତି।

ବିଦେଶ କୁ ନିଜର କର୍ମ କରିବାକୁ ଯାଇ, ୧୪ ଜଣ ଓଡ଼ିଆ ଶ୍ରମିକ ପରିବାର ର ଭରଣ ପୋଷଣ ପାଇଁ ଯାଇ ସେଠାରେ ଅସହାୟ ଅବସ୍ଥାରେ କାଳତିପାତ କରିବାର ଖବର, ପ୍ରତ୍ୟେକ ସଙ୍ଘ ର ପ୍ରତିନିଧି ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ବିଦେଶ କୁ ନିଜର କର୍ମ କରିବାକୁ ଯାଇ, ୧୪ ଜଣ ଓଡ଼ିଆ ଶ୍ରମିକ ପରିବାର ର ଭରଣ ପୋଷଣ ପାଇଁ ଯାଇ ସେଠାରେ ଅସହାୟ ଅବସ୍ଥାରେ କାଳତିପାତ କରିବାର ଖବର, ପ୍ରତ୍ୟେକ ସଙ୍ଘ ର ପ୍ରତିନିଧି ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଆମର ପ୍ରବାସୀ ଭାରତୀୟ ସଙ୍ଗଠନ ର କମିଟି ମାଧ୍ୟମରେ ସମସ୍ତ ଓଡ଼ିଆ ଭାଈ ଙ୍କୁ ଏତିକି ଆମର ସଚେତନତା ଯେ ! ବିଦେଶ କୁ ଆସିବା ପୂର୍ବରୁ ଆପଣମାନେ କାର୍ଯ୍ୟ ଭିସା ରେ ଆସିବା ଉଚିତ୍। ଏହା ଭାରତ ର ପ୍ରମୁଖ ଏଜେଣ୍ଟ କଂପାନୀ କିଏ ! ଆପଣମାନେ ନିଜ ନିଜ ଗ୍ରାମର ଦଲାଲି ମାନଙ୍କ ଦ୍ଵାରା କଣ ପାଇଁ ବିଦେଶ କୁ ଆସୁଛ। ଆସିବା ପୂର୍ବରୁ, ସମ୍ପୂର୍ଣ୍ଣ ତଥ୍ୟ କୁ ଉପଯୁକ୍ତ ଭାବରେ ତର୍ଯ୍ୟମା କରିବା ଉଚିତ୍। ଅନେକ ଲୋକ ଭୁଲ୍ ବିଜ୍ଞାପନ ରେ କିମ୍ବା ଫେସ୍ ବୁକ୍ / କିମ୍ବା / ଟେଲି ଫୋନ୍ ଅନ୍ ଲାଇନ୍ ଦ୍ଵାରା କଣ ପାଇଁ ପରୀକ୍ଷା ଦେଇ ଆସୁଛନ୍ତି ? ଆପଣ ମାନେ ମନ ଇଚ୍ଛା ରେ କଣ ପାଇଁ ଆସୁଛନ୍ତି।

ଏଣୁ ଆପଣ ମାନଙ୍କୁ ବାରମ୍ବାର ବାରମ୍ବାର ଅନୁରୋଧ କରା ଯାଉଛି ଯେ, ବିଦେଶ କୁ ଆସିବା ପୂର୍ବରୁ ସମ୍ପୂର୍ଣ ତଥ୍ୟ ର ଆବଶ୍ୟକ ସହିତ ନିଜ ନିଜ ଭିତରେ ସଚେତନତା ର ଭି ଆବଶ୍ୟକ । ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଙ୍କ ନିକଟରେ, ସମସ୍ତ ସଙ୍ଗଠନ ଦ୍ଵାରା ଏତିକି ପାର୍ଥନା ଯେ, ଆପଣମାନେ ଭଲରେ ଓ ସୁବିଧାରେ ନିଜ ନିଜ ଘରକୁ ଫେରି ଆସନ୍ତୁ। ଏଥି ନିମନ୍ତେ ଆମ ସଙ୍ଗଠନ ତରଫରୁ, ସରକାର୍ ଙ୍କୁ ଏତିକି ନିବେଦନ ଯେ, ସମସ୍ତ ସାହାଯ୍ୟ ଦ୍ଵାରା ପ୍ରବାସୀ ଓଡ଼ିଆ ଙ୍କୁ ନିଜ ନିଜ ଘରକୁ ଫେରିବା ନିମନ୍ତେ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *