ରାଜ୍ୟ

ଓଡ଼ିଶା ପାଇଁ ଗର୍ବ : ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ ପ୍ରତିଷ୍ଠା କଲା ଡକ୍ଟର ସ୍ୱର୍ଣ୍ଣ ଖୁଣ୍ଟିଆ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ : ଭାରତର ବିଶିଷ୍ଟ ଭାଓଲେନ ବାଦିକା ତଥା ଓଡ଼ିଶାର ସ୍ୱନାମଧନ୍ୟ ସଂଗୀତଜ୍ଞ ହରମୋହନ ଖୁଣ୍ଟିଆଙ୍କ କନ୍ୟା ଡକ୍ଟର ସ୍ୱର୍ଣ୍ଣ ଖୁଣ୍ଟିଆଙ୍କ ସମ୍ମାନାର୍ଥ? ଦେଶର ପ୍ରତିଷ୍ଠିତ ଶିକ୍ଷା ସଂସ୍ଥାନ ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ ପ୍ରତି ବର୍ଷ ଜଣେ ବିଦ୍ୟାର୍ଥୀଙ୍କୁ ତାଙ୍କର ସାମଗ୍ରୀକ ଶିକ୍ଷା କୃତି ପାଇଁ ଡକ୍ଟର ସ୍ୱର୍ଣ୍ଣ ଖୁଣ୍ଟିଆ ଗୋଲ୍ଡ ମେଡାଲ ପ୍ରଦାନ କିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଚଳିତ ବର୍ଷ ଏହି ମେଡାଲ ପାଇଛନ୍ତି

ଆଇଆଇଏଫଟିର ଛାତ୍ରୀ ତାନ୍ୟା ଜୈନ । କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ସଂସ୍ଥାନର ଛପନତମ ଦୀକ୍ଷାନ୍ତ ସମାରୋହରେ ଏହି ମେଡାଲ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି ଡକ୍ଟର ଖୁଣ୍ଟିଆ ଦେଶର ଜଣେ ପ୍ରତିଭାଶାଳିନୀ ସଂଗୀତଜ୍ଞ ଏବଂ ସେ ଦେଶ ବିଦେଶର ବହୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରରହଣ କରି ଦେଶ ପାଇଁ ତଥା ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଛନ୍ତି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସେ ଥିଲେ ସଂଗୀତ ବିଭାଗ ମୁଖ୍ୟ । ପରିତାପର ବିଷୟ ଯେ ଗତ କରୋନା କାଳରେ ୨୦୨୦ରେ ତାଙ୍କର ଅକାଳ ଦେହାନ୍ତ ହୋଇଥିଲା । ବିଦେଶରେ ସେ ବହୁବାର ସଂଗୀତ କ୍ଷେତ୍ରରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ଭାରତୀୟ ବିଦେଶ ବ୍ୟାପାର ସଂସ୍ଥାନ ତାଙ୍କ ସ୍ମୃତିରେ ଏହି ପୁରସ୍କାର ଦେବାକୁ ନିଷ୍ପତି ଗ୍ରହଣ କରିଛି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ପ୍ରତିଷ୍ଠାନ ଏପରି ପୁରସ୍କାର ଦେବା ପ୍ରଥମ ଘଟଣା ଏବଂ ଏହା ମଧ୍ୟ ଓଡ଼ିଶାର କୌଣସି ଜଣେ ସଂଗୀତଜ୍ଞଙ୍କ ପାଇଁ ଏକ ବିରଳ ସମ୍ମାନ ବୋଲି କୁହାଯାଇପାରେ ।

Leave a Reply

Your email address will not be published. Required fields are marked *