ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଶିଶୁଦିବସ ପାଳିତ 

ଅନୁଗୁଳ:

ଅନୁଗୁଳ ଜିଲ୍ଲା ଆଇନସେବ ପ୍ରାଧିକରଣ ତରଫରୁ କୁମଣ୍ଡ – ଜରସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁଦିବସ ପାଳିତ ହୋଇଯାଇଅଛି। ଏହା ସହିତ ନାଗରିକ ମାନଙ୍କର ମୌଳିକ କର୍ତ୍ତବ୍ୟ, ଛାତ୍ରଛାତ୍ରୀମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ଓ କିଶୋର ନ୍ୟାୟ ଆଇନ        ସମ୍ପର୍କରେ ଏକ ଆଇନ ସଚତେନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କମଳାକାନ୍ତ ନାୟକ ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ, ଶ୍ରୀମତୀ ଯୋଗେଶ୍ୱରି ବେହେରା ଡି.ଏସ.ପୀ, ଶ୍ରୀମତୀ ସୁଜାତା ଦାସ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ, ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ଲିଗାଲ ପ୍ରୋବେସନ ଅଫିସର ଅନୁଗୋଳ, ମମତାରାଣୀ ମହାପାତ୍ର ଫ୍ରଣ୍ଟ ଅଫିସ ରିଟେନର ଜିଲ୍ଲା ଆଇନସେବା ପ୍ରାଧିକରଣ, ଆଇନ୍ ସାକ୍ଷରତା କ୍ଳବ୍ ର ଦାଇତ୍ୱରେ ଥିବା ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥମାନେ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁଦିବସର ମହତ୍ତ୍ଵ, ଭାରତୀୟ ନାଗରିକ ମାନଙ୍କର ମୌଳିକ କର୍ତ୍ତବ୍ୟ, ଯୌନ ଅପରାଧରୁ ସୁରକ୍ଷା ଆଇନ୍, ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ, ସରକାରଙ୍କ ତରଫରୁ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା, କିଶୋର ନ୍ୟାୟ ଆଇନ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଏହା ସହିତ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ଥିବା ବ୍ୟକ୍ତିଙ୍କୁ କିପରି ସମ୍ପୂର୍ଣ ମାଗଣାରେ ଆଇନସେବା ପାଇ ପାରିବେ ଓ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦିଆଯାଇପାରିବ ସେ ବିଷୟରେ ଆଲୋଚନା  କରିଥିଲେ। ଏହି କାର୍ଯ୍ୟକ୍ରମରେ କୁମଣ୍ଡ – ଜରସିଂହ। ଉଚ୍ଚ ବିଦ୍ୟାଳୟର ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ I ସର୍ବଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିହାର ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *