ପିୟୁଷ ଗୋଏଲଙ୍କୁ କାହିଁକି କ୍ଷମା ମାଗିଲେ ଏଲନ ମସ୍କ୍?
ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତିତ୍ୱ ଏଲନ୍ ମସ୍କ ସବୁବେଳେ ନିଜର ବୟାନ ଓ ଆଚରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଅନେକ ସମୟରେ ମସ୍କ ନିଜ ଭୁଲ ଯୋଗୁଁ ବଡ଼ ଧରଣର କ୍ଷତି ସହିଛନ୍ତି। ଏହି କ୍ରମରେ ଏଲନ୍ ମସ୍କ ଭାରତର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ କ୍ଷମା ମାଗିଛନ୍ତି। ତେବେ ଏପରି କ’ଣ ହେଲା ଯେ ଏଲନ୍ ମସ୍କଙ୍କୁ ପୀୟୂଷ ଗୋୟଲଙ୍କୁ କ୍ଷମା ମାଗିବାକୁ ପଡ଼ିଲା। ଆସନ୍ତୁ ଜାଣିବା ଏହା ପଛର କାରଣ ।କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବେ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ କାଲିଫର୍ଣ୍ଣିଆର ଫ୍ରେମୋଣ୍ଟରେ ଥିବା ମସ୍କଙ୍କ ଇଲେକ୍ଟ୍ରିକ୍ ଅଟୋମୋବାଇଲ କମ୍ପାନୀ ଟେସଲାର କାରଖାନା ପରିଦର୍ଶନ କରିଥିଲେ। ଏଭଳି ସମୟରେ ଏଲନ୍ ମସ୍କ ସେଠାରେ ପହଞ୍ଚି ପାରିନଥିଲେ ମଧ୍ୟ ଟ୍ୱିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ।