ଦେଶ- ବିଦେଶ

ମୋଦୀ ବିରୋଧୀ ମନ୍ତବ୍ୟ ନେଇ ଆପ୍‌ ସୁପ୍ରିମୋ କେଜ୍ରିଓ୍ଵାଲ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌

ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସି) ଆଜି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଦୁହିଁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ସଂକ୍ରାନ୍ତୀୟ ନୋଟିସ୍ ଜାରି କରାଯାଇଛି।ରିପୋର୍ଟରୁ ପ୍ରକାଶ, ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନିମୂଳକ ଓ ଅପମାନଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗର ଆମ୍‌ ଆଦମୀ ପାର୍ଟି (ଆପ୍‌)କୁ ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆପ୍‌ର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗୁରୁବାର ସୁଦ୍ଧା ସୋସିଆଲ ମିଡିଆ ପୋଷ୍ଟରେ ଦିଆଯାଇଥିବା ବୟାନର ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *