ସୁଡ଼ଙ୍ଗ ଭିତରୁ ଶ୍ରମିକ ଉଦ୍ଧାର ଯୋଜନା: ୩ ଫୁଟରୁ କମ୍ ଚଉଡ଼ାର ପାଇପ୍ ଦେଇ ଫସିଥିବା ଶ୍ରମିକଙ୍କୁ ବାହାରକୁ ଅଣାଯିବ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ୪୦ ଜଣ ଶ୍ରମିକ ଫସିଯିବାର ୫ ଦିନ ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ଘଟଣାସ୍ଥଳକୁ ଏକ ସ୍ୱତନ୍ତ୍ର ମେସିନ୍ ପଠାଯାଇଛି ବୋଲି ଜାତୀୟ ବିପର୍ଯ୍ୟୟ ରିଲିଫ୍ ଫୋର୍ସର ମୁଖ୍ୟ ଅତୁଲ କରଓ୍ଵାଲ ଜାତୀୟ ଟିଭି ଚ୍ୟାନେଲ ଏନଡିଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି। ୧୨ରୁ ୧୫ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି ବୋଲି ସେ କହିଛନ୍ତି।ଆମେରିକୀୟ ଅଗର ଡ୍ରିଲ୍ ମେସିନ୍ ପ୍ରାୟ ୧୨ରୁ ୧୫ ଘଣ୍ଟା ମଧ୍ୟରେ ୭୦ ମିଟର ପଥର କାଟି ଏକ ନୂତନ ବାଟ ଖୋଲିବ ବୋଲି ଆଶା କରାଯାଉଛି। ଏହି ମେସିନ୍ ଘଣ୍ଟାପ୍ରତି ୫ ମିଟର ବେଗରେ କାମ କରିଥାଏ।
କର୍ତ୍ତୃପକ୍ଷ ଏହି ନୂତନ ବାଟ ଦେଇ ୮୦ ମିଲିମିଟର (୩ ଫୁଟରୁ କମ୍) ଏକ ପାଇପ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି, ଯାହା ମାଧ୍ୟମରେ ଶ୍ରମିକମାନେ ଭୁଶୁଡ଼ି ପଡ଼ିଥିବା ସୁଡ଼ଙ୍ଗ ମଧ୍ୟରୁ ପଦାକୁ ବାହାରି ପାରିବେ। ଯଦି କେହି ଅକ୍ଷମ କିମ୍ବା ଆହତ ହୁଅନ୍ତି, ତେବେ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଆମେ ଷ୍ଟ୍ରେଚର ଏବଂ ହାର୍ନେସ୍ ବ୍ୟବହାର କରିପାରିବା ବୋଲି ଶ୍ରୀ କରୱାଲ ଏନଡିଟିଭିକୁ କହିଛନ୍ତି।
ସୁଡ଼ଙ୍ଗ ଛାତର ଏକ ଅଂଶ ଭୁଶୁଡ଼ିପଡ଼ିବା ପରେ ରବିବାରଠାରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟରେ ପଥର ଖସି ପଡ଼ୁଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ କିନ୍ତୁ ଆମେରିକୀୟ ଅଗର ମେସିନ୍ ସଫଳତାର ସହ କାମ କରୁଛି ଏବଂ ଶେଷ ଅପଡେଟ୍ ଅନୁଯାୟୀ, ପ୍ରଥମ ପାଇପ୍କୁ ରୁବେଲ୍ ମାଧ୍ୟମରେ ପ୍ରବେଶ କରାଯାଇଛି ଏବଂ ସେମାନେ ଏବେ ଦ୍ଵିତୀୟ ସେକ୍ସନ୍ ପାଇଁ ୱେଲ୍ଡିଂ କରୁଛନ୍ତି। ଘଣ୍ଟାପ୍ରତି ୫ ମିଟର ବେଗରେ କାମ ହେଉଥିବାରୁ ଆମେ ଆସନ୍ତା ୧୨ରୁ ୧୫ ଘଣ୍ଟା ମଧ୍ୟରେ ଏହା କରିପାରିବା। ତେବେ ଘଟଣାସ୍ଥଳରେ ସ୍ଥିତି ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ବୋଲି ସେ କହିଛନ୍ତି।