ରାଜ୍ୟ

ତୁର୍କୀ–ସିରିଆ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୧୯ ହଜାର ଟପିଲା, ମୃତଦେହ ରଖିବାକୁ ସ୍ଥାନ ଅଭାବ ପଡ଼ୁଛି

ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି । ଏହା ମଧ୍ୟରୁ ତୁର୍କୀରେ ୧୬,୧୭୦ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୧୧୨ ଜଣ ସିରିଆରେ ମୃତ୍ୟୁବରଣ କରିଛନ୍ତି ।

ତୁର୍କୀରେ ସ୍ଥିତି ଏବେ ବି ସଂଗୀନ ରହିଛି । ଭୂମିକମ୍ପ ହେବାର ୭୨ ଘଣ୍ଟା ବିତିଯାଇଥିବାରୁ ଧ୍ବଂସସ୍ତୁପ ତଳୁ ଜୀବିତ ଲୋକଙ୍କ ସନ୍ଧାନ ମିଳିବା ସମ୍ଭାବନା କମି କମି ଆସୁଛି । ତଥାପି ଉଦ୍ଧାରକାରୀମାନେ ଧ୍ବଂସସ୍ତୁପ ଖୋଜିବାରେ ଲାଗିଛନ୍ତି ।

ତୁର୍କୀରେ ସ୍ଥିତି ଏତେ ମୃତଦେହ ପଡ଼ିରହଛି ଯେ ହସପିଟାଲ ଗୁଡ଼ିକର ପାର୍କିଂ ସ୍ଥାନଗୁଡ଼ିକରେ ଶବଗୁଡ଼ିକୁ ରଖାଯାଇଛି । ଗୋଟିଏ ଗୋଟିଏ ପରିବାର ସଂସାରରୁ ନିଶ୍ଚିହ୍ନ ହୋଇଯାଇଛି । ତୁର୍କୀ ଓ ସିରିଆରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି । ତୁର୍କୀର ବିଭିନ୍ନ ହସପିଟାଲ ଓ ସ୍କୁଲଗୁଡ଼ିକରେ ଅନେକ ଅଚିହ୍ନା ଶବ ପଡ଼ିରହିଛି ।

ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ବୁଧବାର ଭୂମିକମ୍ପ ଉପରେ ତାଙ୍କ ସରକାରଙ୍କ ପ୍ରତିକ୍ରିୟା ରଖିଛନ୍ତି । ଉଦ୍ଧାରକାର୍ଯ୍ୟକୁ ନେଇ ହେଉଥିବା ସମାଲୋଚନା ପରେ ପ୍ରଶାସନ ଦ୍ବାରା ହୋଇଥିବା ‘ତ୍ରୁଟି’ କୁ ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ବଞ୍ଚିଥିବା ଲୋକଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟ ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି । ଏହା ସତ୍ତ୍ବେ ସରକାରଙ୍କ ସହାୟତା ପହଞ୍ଚିପାରୁନାହିଁ । ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *