ରାଜ୍ୟ

ସ୍ୱଚ୍ଛ, ସତ୍ୟ ଓ ଜନସମସ୍ୟା ଉପରେ ସାମ୍ବାଦିକ ଧ୍ୟାନ ଦିଅନ୍ତୁ 

ଓଡିଶା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ପୁରୀ,16/11(  ):-ନଭେମ୍ବର 16 ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ )ପକ୍ଷରୁ   ବଡଦାଣ୍ଡସ୍ଥ ଭକ୍ତ ସାଲବେଗ ପୀଠ ଠାରେ ପାଳିତ ହୋଇ ଯାଇଛି |ମୁଖ୍ୟଅତିଥି ଭାବେ ଉତ୍କଳ ବିଦ୍ୱତ ପରିଷଦ ର ସଭାପତି ମନୋଜ କୁମାର ରଥ ଯୋଗଦେଇ ସାମ୍ବାଦିକ ଙ୍କ ସୁରକ୍ଷା, ପରିବାର ପାଇଁ ଶିକ୍ଷା  ସମ୍ପର୍କ ରେ ମତ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଯୋଗ ଦେଇ ଶିଶୁ ଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସତ୍ୟ ସମ୍ବାଦ ପରିବେଷଣ, ଶିଶୁ ର ପରିଚୟ ଓ ଫୋଟୋ ନ ଛାପିବା ପାଇଁ ପରାମର୍ଶ ଦେଇଥିଲେ |ଏହି ସଭା ରେ ଜିଲ୍ଲା ସଭାପତି ବିଜୟ ମିଶ୍ର ଅଧକ୍ଷତା କରିଥିଲେ | ତୀର୍ଥକ୍ଷେତ୍ର ଦୈନିକ ଖବରକାଗଜ ର ସମ୍ପାଦକ ଜ୍ୟୋତି ପ୍ରକାଶ ଜେନା କହିଲେ ସାମ୍ୱାଦିକ ଜନସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ସଠିକ ସମ୍ବାଦ ପରିବେଷଣ କରନ୍ତୁ  | ସାମ୍ୱାଦିକା ରାଜଶ୍ରୀ ସାହୁ ସମ୍ବାଦ ପରିବେଷଣ ର ନୂତନ ଦିଗ ଉପରେ ଆଲୋକପାତ କରିଥିଲେ | ସମାଜସେବୀ ତଥା ସାମ୍ବାଦିକା ବନିତା ଦୀକ୍ଷିତ ମହିଳା ସାମ୍ବାଦିକ ଙ୍କ ସୁରକ୍ଷା ଓ ସମାନତା ଉପରେ ମତଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଫୋଟୋ ସାମ୍ବାଦିକ ଡି. ପି. ଗାଙ୍ଗୁଲି, ରବିନାରାୟଣ ଜେନା, ଅରୁଣ କୁମାର, ସତ୍ୟନାରାୟଣ ପଟ୍ଟନାୟକ ଙ୍କ ସହ ସଙ୍ଘର ସଭ୍ୟମାନେ ଯୋଗ ଦେଇଥିଲେ |ଶେଷରେ ସଂଘ ର କାର୍ଯ୍ୟକାରୀ ସଭାପତି ଅକ୍ଷୟ ସ୍ୱାଇଁ ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *