ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପେଣ୍ଠକଟା କମ୍ୟୁନିଟି ହଲରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି |
ଜିଲ୍ଲା ସ୍ତରୀୟ ବିଶ୍ୱ ମଧୁମେହ ଦିବସ ପେଣ୍ଠକଟା କମ୍ୟୁନିଟି ହଲରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଧୁମେହ ଦିବସ ପାଳନର ପ୍ରକୃତ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ | ଥରେ ମଧୁମେହ ହେଲେ ଏବଂ ଅବହେଳା କଲେ ଅନେକ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ସମ୍ଭାବନା ଥାଏ | ଡାକ୍ତରଙ୍କ ପରାମର୍ଶରେ ବଟିକା ସେବନ ଅବା ଇନ୍ସୁଲିନ ନେବା ଦ୍ୱାରା ଜଣେ ସୁସ୍ଥ ରହିବା ସହ ଅନେକ ଦିନ ବଂଚି ପାରିବ | ତେବେ ବେଳହୁଁ ସାବଧାନତା ଆପଣେଇବା, ଜୀବନଶୈଳୀର ପରିବର୍ତନ କରିବା, ବ୍ୟାୟାମ କରିବା, ମିଠା ଓ ତୈଳ ଜାତୀୟ ଖାଦ୍ୟକୁ ବର୍ଜନ କରିବାକୁ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ | ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀମାନଙ୍କର ରକ୍ତ ଶର୍କରା ପରୀକ୍ଷା କରାଯାଇଥିଲା | ଏହି ଅବସରରେ ଏକ ବକ୍ତୃତା ପ୍ରତିଯୋଗିତା ମଧ୍ୟ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା | ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ାକ୍ତର ମନୋଜ କୁମାର ମହାନ୍ତି ମଧ୍ୟ ଉପସ୍ଥିତରହି ମଧୁମେହ ରୋଗର କାରଣ, ପ୍ରତିକାର ସମନ୍ଧରେ ପୁଙ୍ଖ|ନୁପୁଙ୍ଖ ଆଲୋଚନା ମଧ୍ୟ କରିଥିଲେ | ଉପସ୍ଥିତ ସମସ୍ତ ପ୍ରତିଯୋଗୀ ମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଡଃ ସୁଶାନ୍ତ କୁମାର ବିଶ୍ୱାଳ ସହକାରୀ ପରିଚାଳକ (ଅଣସଂକ୍ରମକ ରୋଗ), ଡାକ୍ତର ଆଶୁତୋଷ ପତି , ଲକ୍ଷ୍ମୀଧର ଦାସ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ମନୋଜ କୁମାର ପଣ୍ଡା ସହକାରୀ ପରିଚାଳକ (ତାଲିମ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।