ଦୁର୍ନୀତି, ବ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ବ୍ଲକ ଘେରାଉ ସହ ଦାବିପତ୍ର ପ୍ରଦାନ।
କୁକୁଡ଼ାଖଣ୍ଡି(ଇପିଲି ପୂର୍ଣ୍ଣଚନ୍ଦ୍ର)୧୮/୧୧/୨୩:ଭାରତୀୟ ଜନତା ପାର୍ଟି ସାଧାରଣ ଜନତାଙ୍କ ଆକ୍ରୋଶକୁ ପୁଞ୍ଜି କରି ଶନିବାର ଦିନ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ କୁକୁଡ଼ାଖଣ୍ଡି ବ୍ଲକ ଘେରାଉ କରିଥିଲା ।୨୩ ବର୍ଷର ଶାସନରେ ଓଡିଶା ଯଦି କ’ଣ ପାଇଛି ତାହା ହେଉଛି ଦୁର୍ନୀତି,ଭ୍ରଷ୍ଟାଚାର,ମହିଳା ବିରୋଧୀ ହିଂସା ଏବଂ ଏକ ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଥିବା ଏକ ଶାସନ ବ୍ୟବସ୍ଥା । ଆଜି ପଞ୍ଚାୟତରୁ ନେଇ ବ୍ଲକ ସ୍ତରୀୟ ଅଫିସରୁ ନେଇ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି,ପିସି କାରବାର ଚାଲିଛି । ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ସରକାରଙ୍କ ଗୁମୁସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଣ୍ଟି ଚିପିବା ପାଇଁ ବସିଛନ୍ତି। ଗଞ୍ଜାମ ଜିଲ୍ଲାର ସାଧାରଣ ଲୋକଙ୍କ ମନରେ ଏହି ରାଜ୍ୟ ସରକାରଙ୍କ ବିରୋଧରେ ଏକ ବିପୁଳ ଜନଆକ୍ରୋଶ ଭରପୁର ହୋଇ ରହିଛି । ସାଧାରଣ ଲୋକଙ୍କ ହକ୍ ଅଧିକାର ପାଇଁ ଆମର ଏହି ଲଢେଇ ଜାରି ରହିବ ବୋଲି ଜିଲ୍ଲା ସଭାପତି ଡ଼ା. ସାହୁ କହିଛନ୍ତି।ସେହିପରି ରାଜ୍ୟ ରାଜକୋଷରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରି ଅଗଣତାନ୍ତ୍ରିକ ଭାବରେ ଜଣେ ବ୍ୟକ୍ତି ଆତ୍ମପ୍ରଚାର କରିବା ଦୁର୍ଭାଗ୍ୟଜନକ । ଗଞ୍ଜାମ ଜିଲ୍ଲାର ସମସ୍ତ ଚାଷ ଜମିକୁ ଜିଲ୍ଲା ପ୍ରଶାସନ ଜମି ମାଫିଆଙ୍କୁ ଟେକି ଦେଇଛନ୍ତି। ବିଜେଡ଼ି ନେତା ମାନଙ୍କ ପୃଷ୍ଠପୋଷକରେ ବାଲି,ପଥର ଏବଂ ମୋରମ ମାଫିଆ ମାନେ ଗଞ୍ଜାମର ଲଘୁ ଖଣିଜ ସମ୍ପଦକୁ ଲୁଟ୍ କରୁଛନ୍ତି। ଆଜି ଅଣ ଜଳସେଚିତ ଜମି ମାନଙ୍କରେ ଫସଲ ପୋଡ଼ିଯିବା ମରୁଡି ଆସିବା ପୂର୍ବର ପଦଧ୍ୱନି। କିନ୍ତୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛି । ବ୍ଲକ ଯନ୍ତ୍ରୀ ମାନେ ବହୁ ବର୍ଷ ଧରି ନିଜ ଆଧିପତ୍ୟ ବିସ୍ତାର କରି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ଅଫିସର୍ ମାନଙ୍କ ଦାୟୀତ୍ୱହୀନ ବ୍ୟବହାରରେ ନିର୍ବାଚିତ ପ୍ରତିନିଧିମାନେ ମୂକ ବଧିର ଭଳି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଜେନା କହିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଜ଼ିଲ୍ଲା ସଭାପତି ସୁବାଷ ସାହୁ,ଶ୍ରୀକାନ୍ତ ପାଢ଼ୀ,ପରେଶ ରଥ,ଅଦଲ ନନ୍ଦକିଶୋର,ଏଲ୍. ମୋହନ ଦାସ,ଚଣ୍ଡି ଚରଣ ସାହୁ,କେ.ଚନ୍ଦ୍ର ଶେଖର ଦାସ,ବାଳକୃଷ୍ଣ ସାମନ୍ତରା,ବାବୁଲା ପାତ୍ର,ଗୌତମ ମହାରଣା,ବାବୁଲା ସାହୁ,ନାରାୟଣ ଦଳାଇ,କୁରା ସେଠି ଙ୍କ ସମେତ ବହୁ ବିଜେପି କର୍ମୀ ଓ ଚାଷୀ ଉପସ୍ଥିତ ରହି କୁକୁଡାଖଣ୍ଡି ବ୍ଲକ କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଉଦ୍ଧେଶ୍ୟରେ କୁକୁଡାଖଣ୍ଡି ବିଡ଼ିଓ ଙ୍କ ଅନୁପସ୍ଥିତରେ ବରିଷ୍ଠ କିରାଣୀ ସାହେବ ଶବର ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ।ପରେ ଉପସ୍ଥିତ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଯାଇ କୁକୁଡ଼ାଖଣ୍ଡି ତହସିଲଦାର ସପନ କୁମାର ସାହୁ ଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ।ବିଜେପିର ଏହି କାର୍ଯ୍ୟକ୍ରମ ସମୟରେ ଯେଭଳି କୌଣସି ଅଘଟଣ ନ ଘଟେ ସେଥିନିମନ୍ତେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର,ସଦର ଥାନା ଅଧିକାରୀ ଅନିତା କୁମାରୀ ସାହୁ, ନିମଖଣ୍ଡି ଥାନା ଅଧିକାରୀ ରେବତୀ ଶବର,ସଦର ଏସ ଆଇ ମଧୁସ୍ମିତା ବେହେରାଙ୍କ ସମେତ ଏକ ପ୍ଲାଟୁନ ପୋଲିସ ମୁତୟନ ରହିଥିଲେ ।