ଦାଦନ ଖଟିବାକୁ ଯାଇ ସ୍ୱାମୀ ନିଖୋଜ :- ଥାନାରେ ଏତଲା ଦେଲେ ପତ୍ନୀ
ନବରଙ୍ଗପୁର:- ଅଧିକ ରୋଜଗାର କରି ପରିବାର ପ୍ରତିପୋଷଣ କରିବା ଆଶା ନେଇ ଅନ୍ୟ ଲୋକଙ୍କ ଦ୍ୱାରା ପ୍ରଲୋଭିତ ହୋଇ ସ୍ୱାମୀ ଯାଇଥିଲେ ଦାଦନ ଖଟିବାକୁ ।କିନ୍ତୁ ସ୍ୱାମୀ ନିଖୋଜ ହୋଇଥିବା ଜାଣି ଥାନାରେ ଏତଲା ଦେଲେ ପତ୍ନୀ ମୁକ୍ତା ଯାନୀ ।ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମରେ । ପତ୍ନୀଙ୍କ ଏତଲା ପ୍ରକାରେ ଚଳିତ ବର୍ଷ ଅଗଷ୍ଟ ୧୩ ତାରିଖରେ ମାଝୀଗୁଡା ଗ୍ରାମର ବଳଭଦ୍ର ମାଝୀ ଓ ମାଲକାନଗିରି ୭୯ ର ମାଲିକ ଉତ୍ତମ ସରକାର ଆସି ପ୍ରଲୋଭିତ ଦେଖାଇ ସ୍ୱାମୀ ସଦନ ଜାନୀଙ୍କୁ କୁଲି କାମ କରିବାକୁ ଅନ୍ୟ ରାଜ୍ୟ ତାମିଲନାଡୁ କୁ ନେଇଗଲେ । ଯୋଉଦିନ ସେଠି ପହଁଚିଲେ ସେହି ଦିନ ତାଙ୍କ ସହ କଥା ହୋଇଥିଲେ ।ପରବର୍ତ୍ତୀ ସମୟରେ ସ୍ବାମୀଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିଲା । ମୁକ୍ତା ଯାନୀ ସ୍ବାମୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ମାଝୀଗୁଡା ଗ୍ରାମର ଯିଏକି ତାଙ୍କୁ ନେଇକି ଯାଇଥିଲେ କାମ କରାଇବାକୁ ତାଙ୍କୁ ପଚାରିବାରୁ କହିଲେ ସଦନ ଆମକୁ ନ କହି ଅନ୍ୟ କୁଆଡେ ଚାଲିଯାଇଥିବା ପ୍ରକାଶ କରିଥିଲେ । ସ୍ବାମୀ ନିଖୋଜ ଥିବା ଜାଣି ବହୁତ ଖୋଜାଖୋଜି କରି ନିରାଶ ହେବା ପରେ ମୋଇଦଲପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପ୍ରକାରେ ମୋଇଦଲପୁର ଥାନା ଅଧିକାରୀ କେସ ନଂ ୭/୨୩ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି ।