ରାଜ୍ୟ

ଶପଥ ନେବା ପରେ ଭାରତ ବିରୋଧରେ ଏପରି ପଦକ୍ଷେପ ନେଲେ ମାଳଦ୍ବୀପର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମାଳଦ୍ୱୀପ ଓ ଭାରତ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ନବନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଲଗାତାର ମାଳଦ୍ୱୀପରୁ ଭାରତୀୟ ସେନା ପ୍ରତ୍ୟାହାର ପାଇଁ ଦାବି କରି ଆସୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ସେ ନିର୍ବାଚନ ମଧ୍ୟ ଲଢି ବିଜୟୀ ହୋଇଥିଲେ । ଏବେ ରାଷ୍ଟ୍ରପତି ହେବା ପରେ ସେ ଔପଚାରିକ ଭାବେ ଭାରତର ସୈନ୍ୟ ପ୍ରତ୍ୟାହାର ପାଇଁ ପଦକ୍ଷେପ ନେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁ ଶନିବାର (ନଭେମ୍ବର ୧୮) ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଏକ ବୈଠକରେ ଆନୁଷ୍ଠାନିକ ଭାବେ ଏହି ଅନୁରୋଧ କରିଛନ୍ତି।

ମାଳଦ୍ୱୀପର ନୂତନ ରାଷ୍ଟ୍ରପତିଙ୍କ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିବାକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଆସିଥିଲେ। ନିର୍ବାଚିତ ହେବା ପୂର୍ବରୁ ମୁଇଜୁ କହିଥିଲେ ଯେ ମାଳଦ୍ୱୀପରେ ଭାରତୀୟ ସେନାର ଉପସ୍ଥିତିକୁ ଯଥାଶୀଘ୍ର ଶେଷ କରିବା ତାଙ୍କର ପ୍ରଥମ ପ୍ରାଥମିକତା। ମୁଇଜୁ ଜଣେ ଚୀନ ସପକ୍ଷବାଦୀ ଓ ଭାରତ ବିରୋଧୀ ହିସାବରେ ଜଣାଶୁଣା ।

ADVERTISEMENT

Leave a Reply

Your email address will not be published. Required fields are marked *