ମହୁଆଭଟା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାଳବୈଜ୍ଞାନିକ ପ୍ରଦର୍ଶନି ଅନୁଷ୍ଠିତ,
ନୁଆପଡ଼ା :-ବିରବଲ ପ୍ରଧାନ:-ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ ମହୁଆଭଟା ଉଚ୍ଚପ୍ରାଥମିକ ବିଦ୍ୟାଲୟ ରେ ବିଦ୍ୟାଲୟସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରଦର୍ଶନୀକୁ ସମ୍ମାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୁଆପଡ଼ା ହେମସାଗର ମହାନନ୍ଦ ଉଦଘାଟନ କରିଥିଲେ ଏବଂ ମୂଖ୍ୟ ଅତିଥି ଆସନ ଅଲଂକୃତକରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗିତା ବେଉରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୪୦ଟିପ୍ରକଳ୍ପର ପ୍ରଦର୍ଶନୀ ହୋଇଥିଲା। ଏଥିରେ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତ୍ୟେକ ପ୍ରକଳ୍ପକୁ ଟିକିନିକି ଭାବରେ ନିରିକ୍ଷଣ କରି ପିଲାମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ଆଗାମୀ ଦିନରେ କୁନି ବୈଜ୍ଞାନିକମାନେ ନିଶ୍ଚୟ ବାହାରିବେ ବୋଲି ମତପ୍ରକାଶ କରିଥିଲେ। ସମ୍ମାନୀୟ ଅତିଥିଭାବେ ଚୁଲାଭଟା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରବୋଧ କୁମାର ହୋତା, ଅଁଲାଯୁବା କ୍ଳଷ୍ଟରର ସି ଆର ସିସି ଶ୍ରୀଯୁକ୍ତ ଶରତ ପଣ୍ଡା ଏବଂ ସଦର ସି ଆର ସିସି ଜିତେନ୍ଦ୍ର କୁମାର ଖମାରୀ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।ଏବଂ ଛାତ୍ରଛାତ୍ରୀମାନଙ୍କୁ ଆଗେଇ ଯିବା ପାଇଁ ଦିଗଦର୍ଶନ ଦେଇଥିଲେ।ବରିଷ୍ଠ ଶିକ୍ଷକ ଅମିଲାଲ ଶବରଙ୍କ ତତ୍ଵ ବଧାନରେ କାର୍ଯ୍ୟକ୍ରମଟି ସୂଚାରୁରୂପେ ପରିଚାଲିତ ହୋଇଥିଲା।ବିଦ୍ୟାଲୟ ପରିଚାଲନା କମିଟିର ସଭାପତି ପବନ ରଣା, ଚକ୍ରଧର ରଣା ବରିଷ୍ଠ ଶିକ୍ଷାବିଦ, ଯୁବ ଆଇନଜୀବି ବିଶ୍ଵନାଥରଣା ଏବଂ ଅଧ୍ଯାପକ ହେମକୁମାର ରଣା, କାର୍ଯ୍ୟକ୍ରମଟିର ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସହଯୋଗର ହାତ ବଢାଇବାକୁ ସଂକଳ୍ପବଦ୍ଧ ହୋଇଥିଲେ। ବିଦ୍ୟାଲୟ ର ଶିକ୍ଷକ ଶିକ୍ଷୟତ୍ରୀ ତୃପ୍ତିମୟୀ ପାତ୍ର, ଚିନ୍ମୟୀ ମହାନ୍ତି, ତନୁଜାପଣ୍ଡା, ମମତା ପଣ୍ଡା, ଭରତ ପ୍ରଧାନ ହୃଦୟର ସହିତ ସହଯୋଗ କରିଥିଲେ। ପରିଶେଷରେ ପ୍ରଧାନଶିକ୍ଷୟତ୍ରୀ ନିରୁପମା ସୁପକାର ସମସ୍ତଙ୍କୁ ଧନ୍ୟବାଦ ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ।