ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଟିକେଟ ସେଥିପାଇଁ ନିମାପଡା ନିର୍ବାଚନ ମଣ୍ଡଳୀରେ ଚାଲିଛି ଅଙ୍କ କଷା।
ନିମାପଡା -ନିର୍ବାଚନ ଯେତିକି ପାଖେଇ ଆସୁଛି ନିମାପଡା ଓ ଗୋପ ବ୍ଲକ ଅଞ୍ଚଳରେ ଉଷ୍ମତା ସେତେ ବଢ଼ି ବଢ଼ି ଚାଲିଛି।କିଏ ପାଇବ ନିମାପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଟିକେଟ ସେଥିପାଇଁ ନିମାପଡା ନିର୍ବାଚନ ମଣ୍ଡଳୀରେ ଚାଲିଛି ଅଙ୍କ କଷା।ସବୁ ଦଳର ଆଶାୟୀ ପ୍ରାର୍ଥୀ ମାନେ ନିଜର ସାଙ୍ଗଠନିକ କାର୍ଯ୍ୟ କରୁଥିବା ବେଳେ ଏବେ ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେପିର କଳି ଦାଣ୍ଡରେ ପଡି ହାଟରେ ଗଡୁଛି।ବିଜେପିର ନେତ୍ରୀ ପ୍ରଭାତୀ ପରିଡା ଆଉ ଦିଲ୍ଲୀପ ନାୟକଙ୍କ ଭିତରେ ଗୋଷ୍ଠୀ କନ୍ଦଳ କାହାକୁ ବି ଅଛପା ନାହିଁ।ନୂତନ କରି ବିଜେପିରେ ମିଶିଥିବା ଦିଲ୍ଲୀପ କ୍ଷମତା ପାଇବା ପାଈଁ ପ୍ରଭାତୀଙ୍କ ନେତୃତ୍ୱରେ ବିଜେପିରେ ମିଶିଥିଲେ।କିନ୍ତୁ କ୍ଷମତା ପାଇବା ଲୋଭରେ ପ୍ରଭାତୀଙ୍କୁ କ୍ଷମତା ଶୂନ୍ୟ କରିବା ପାଇଁ ଦିଲ୍ଲୀପ କର୍ମୀ ମାନଙ୍କୁ ନେଇ ଏକ ସମାନ୍ତରାଳ ସଂଗଠନ କରିବା ସହିତ ଭିତରେ ବିଜେପିକି ଦୁଇ ଭାଗ କରିବା ନେଇ ଚର୍ଚ୍ଚା ଜୋର ଧରି ଆସୁଥିଲା। ଏମିତିକି ଦିଲ୍ଲୀପ ବିଜେପିକୁ ଦୁଇ ଭାଗ କରି ନିଜର ପତିଆର ଜାହିରି କରିବା ସହିତ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଈଁ ପ୍ରତେକ ଥର ଏକ ମିଛ ମିଶ୍ରଣ ପର୍ବ କରି ବିଜେପିରେ ଅନେକ ଲୋକ ମିଶିଲେ ବୋଲି ପ୍ରହସନ କରି ଆସୁଥିଵା ନିମାପଡାରେ ଚର୍ଚ୍ଚା ଜୋର ଧରିଛି। ଏମିତିକି ଦିଲ୍ଲୀପ କ୍ଷମତା ପାଇବା ଲୋଭରେ ମିଶ୍ରଣ ପର୍ବର ପୋଷ୍ଟରରୁ ପ୍ରଭାତୀଙ୍କୁ ହଟେଇ ନିଜ ଫୋଟୋ ଲଗାଇ ଅନେକ ଗୁପ୍ତ ବୈଠକ କରି ଆସୁଥିଵା କଥା ଅନେକ ଗଣମାଧ୍ୟମରେ ପ୍ରକାଶିତ ହେବା ଦେଖିବାକୁ ମିଳିଛି।ଦିଲ୍ଲିପ ନାୟକ ଏମିତି କଲେ କାଳେ ରାଜ୍ୟ ବିଜେପି ସଭାପତି ଖୁସି ହେବା ସହିତ କ୍ଷମତା ମିଳିଯିବ ସେଥିପାଇଁ ଅନେକ ମିଶ୍ରଣ ପର୍ବ କରି ନିଜ ନେତୃତ୍ୱରେ ଅନେକ ଲୋକ ବିଭିନ୍ନ ଦଳ ଛାଡି ବିଜେପିରେ ମିଶିଲେ ବୋଲି ଦେଖେଇ ହଉଥିଵା ସହିତ ଦିଲ୍ଲୀପ୍ ନିଜକୁ ସର୍ବେ ସର୍ବା ଭାବି ନେଉଥିଲେ।ଏମିତିକି ଦିଲ୍ଲୀପ ଏପରି କାମ କରି ପ୍ରଭାତୀଙ୍କୁ ପଛରେ ପକାଇ ବିଜେପିର କର୍ମୀ ମାନଙ୍କ ମନରୁ ପ୍ରଭାତୀଙ୍କ ନାମକୁ ହଟେଇବା ସହିତ ପ୍ରଭାତୀଙ୍କର ବିଜେପିରୁ ଅସ୍ତିତ୍ୱ ଲିଭେଇବାକୁ ଚେଷ୍ଟା କରୁଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି।କିନ୍ତୁ କିଛିଦିନ ତଳେ ପୁରୀ ଜିଲ୍ଲା ବିଜେପି ସଭାପତି ଭାବେ ଆତ ପଟ୍ଟନାୟକଙ୍କ ନାମ ଘୋଷଣା ହେବା ପରେ ଉତରାରୁ ପିପିଲି ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା ଯୋଉଥିରେ ବିଜେପି ରୁ ଅନେକ କର୍ମୀଙ୍କ ସହିତ ଆଗଧାଡିର ନେତା ଆଉ ନେତ୍ରୀ ମାନେ ଯୋଗ ଦେଇଥିଲେ ସେହି ଭିତରେ ନିମାପଡା ବିଜେପିର ଆଗ ଧାଡ଼ିର ନେତ୍ରୀ ଭାବେ ପ୍ରଭାତୀ ପରିଡା ଯୋଗ ଦେଇଥିଲେ।କିନ୍ତୁ ନିଜକୁ ବିଜେପିର ସର୍ବେ ସର୍ବା ଭାବୁଥିବା ଦିଲ୍ଲୀପ ନାୟକଙ୍କୁ ସେଠି ଦେଖିବାକୁ ମିଳିନଥିଲା।ସେଥିପାଇଁ ଏଇ କଥା ନେଇ ବିଜେପି କର୍ମୀ ମାନେ ଖୁସି ହେବା ସହିତ ଦିଲ୍ଲୀପ୍ ଯୋଉ ଗାତ ପ୍ରଭାତୀଙ୍କ ପାଇଁ ଖୋଳୁଥିଲେ ଏବେ କାଳେ ସେଇ ଗାତରେ ନିଜେ ପଡିବେ ବୋଲି କହିବା ସହ ଦିଲ୍ଲୀପ୍ ଏବେ ବିଜେପିରୁ ଅଲୋଡ଼ା ହେଲେ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଆଉ କେଇଟା ମାସ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସବୁଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି।ନିମାପଡା ଗୋପ ବ୍ଲକ ଅଞ୍ଚଳର ଭୋଟର ମାନେ ପରିବର୍ତନର ସ୍ୱର ଚାହୁଁଥିବା ବେଳେ,କିଭଳି ଭୋଟରଙ୍କୁ ପାଲରେ ପକାଇବେ ସେଥିପାଇଁ କୁଚକ୍ରୀ ଗୋଷ୍ଠୀଙ୍କ ଦ୍ୱାରା ଲୋକଙ୍କୁ ଲାଳାୟିତ କରିବା ପାଈଁ ଦିଲ୍ଲୀପ ଲାଗି ପଡିଛନ୍ତି।ଦିଲ୍ଲୀପ ଗତ ନିର୍ବାଚନରେ ସ୍ୱାଧୀନରୁ ଠିଆ ହେବା ନେଇ ପ୍ରଚାର ପ୍ରସାର କରିଥିଲେ ମଧ୍ୟ ଶେଷ ମୁହୂର୍ତରେ କଂଗ୍ରେସକୁ ଲମ୍ଫ ପ୍ରଦାନ କରି କଂଗ୍ରେସ ର ବିଧାୟକ ଟିକେଟକୁ ହାତେଇ ନେଇଥିଲେ।ଖାଲି ଟିକେଟ ପାଇଲେ ନେତା ହୋଇଯାନ୍ତି ତାହା ନୁହେଁ ଏ କଥା ଜନସାଧାରଣ ଦିଲ୍ଲୀପଙ୍କୁ ଗତ ନିର୍ବାଚନରେ ବୁଝାଇ ଦେଇଥିଲେ। ଯାହା ଦ୍ୱାରା ଗତ ନିର୍ବାଚନ ରେ ଦିଲ୍ଲୀପଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା।ଶେଷରେ ପରାଜୟ ପରେ ଦିଲ୍ଲୀପ ନିଜ ସ୍ୱାର୍ଥ ଦୁଷ୍ଟିରୁ ବିଜେପି ପୁରାତନ ନେତ୍ରୀ ପ୍ରଭାତୀଙ୍କ ନେତୃତ୍ୱରେ କଂଗ୍ରେସ ଛାଡି ବିଜେପିରେ ମିଶି ଥିଲେ। କିନ୍ତୁ ପ୍ରଭାତୀ ଜାଣିନଥିଲେ ସେତେବେଳେ ମିଶିଥିବା ଦିଲ୍ଲୀପ ଏବେ ନିଜ ପାଈଁ ଅଡୁଆ ସୁତାର ଖିଅ ପରି ନିଜ ବେକରେ ଛନ୍ଦି ହେଇଯିବେ ବୋଲି। ଯିଏ ଦିଲ୍ଲୀପଙ୍କୁ ହାତ ଧରି ବିଜେପିରେ ମିଶାଇଥିଲେ ତାଙ୍କୁ ଭୁଲିଯାଇ ତାଙ୍କ ବିରୁଦ୍ଧରେ ଆଉ ଏକ ସଂଗଠନ ସୁଷ୍ଟି କରିବା ସହିତ ଏକା ଏକା କର୍ମୀ ମାନଙ୍କୁ ନେଇ ବୈଠକ କରିବା ଏହା କର୍ମୀ ମାନଙ୍କ ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି। ଯାହାଦ୍ୱାରା ବିଜେପିର କର୍ମୀ ମାନେ ଓ ଦଳର ତୁଙ୍ଗ ନେତା ମାନେ ନିର୍ବାଚନ ସମୟରେ ଦିଲ୍ଲୀପଙ୍କୁ ପାନେ ଦେବାକୁ ନିଷ୍ପତି ନେଇଥିବା କୁହା କୁହି ହେବା ସହିତ ଦିଲ୍ଲୀପଙ୍କୁ ସ୍ୱାର୍ଥପର ଓ ନାଟକବାଜି ନେତା ବୋଲି କହିବାରେ ଲାଗିଛନ୍ତି। ତା ସହିତ ଯାହା ନେତୃତ୍ୱରେ ବିଜେପିରେ ମିଶି ଦିଲ୍ଲୀପ ନିଜର ରାଜନୀତିର କ୍ୟାରିଅରକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ ତାକୁ ତା ଅଜାଣତରେ ପଛପଟୁ ଛୁରୀ ମାରିବା ଏହା କର୍ମୀଙ୍କ ମହଲରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ଏବେ ନୂତନ କରି ହୋଇଥିବା ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଓ ବିଜେପି ପାଇଁ ଦିଲ୍ଲୀପ ଏବେ ଅଲୋଡ଼ା ବୋଲି ଚର୍ଚ୍ଚା ଜୋର ଧରିଵା ସହିତ ଦିଲ୍ଲୀପ ଜେଉଁ ମିଶ୍ରଣ ପର୍ବ ର ନାଟକ କରୁଥିଲେ ତାକୁ ଏବେ ଆଉ ଦିଲ୍ଲୀପ ନକରି ସାଧାରଣ କର୍ମୀ ହିସାବ ରେ ରହିବା ପାଈଁ କାଳେ ଉପର ମୁଣ୍ଡରୁ କୁହା ଯାଇଛି ବୋଲି ନିମାପଡା ଗୋପ ରେ ଚର୍ଚ୍ଚା ଜୋର ଧରିଛି। ସେଥିପାଇଁ ବୋଧେ ଦିଲ୍ଲୀପ ମିଶ୍ରଣ ପର୍ବ କରୁନଥିବା ସହିତ ଆଉ ଦିଲ୍ଲୀପଙ୍କ ନିମାପଡା ଗୋପ ରେ ଆଗଭଳି ଆଉ ଦେଖିବାକୁ ମିଳୁନଥିବା କାରଣରୁ ଦିଲୀପ ଏବେ ବିଜେପି ପାଇଁ ଅଲୋଡ଼ା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।