ରାଜ୍ୟ

ସମ୍ମିଳିତ କର୍ମଜୀବି ସମ୍ବାଦିକ ସଂଘ ପକ୍ଷରୁ ବାଲେଶ୍ୱର ଠାରେ ଭାରତୀୟ ଗଣମାଧ୍ୟମ କଂଗ୍ରେସ ଜାତୀୟ ସମ୍ମିଳନୀ ନେଇ ପ୍ରସ୍ତୁତି ଉତ୍ସବ ଅନୁଷ୍ଠିତ

ଆସନ୍ତା ଡ଼ିସେମ୍ବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଭାରତୀୟ ଗଣମାଧ୍ୟମ କଂଗ୍ରେସର ଜାତୀୟ ସମାବେଶ ଓ ସର୍ବଭାରତୀୟ ସ୍ତରରେ ସମ୍ବାଦିକ ଲୋଗ ଉନ୍ମୋଚନ ଉତ୍ସବ ହେବାକୁ ଥିବା ବେଳେ ଆଜି ଏହାର ପ୍ରସ୍ତୁତି ବୈଠକ ବାଲେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାରୁ ପ୍ରାୟ ଏକ ଶହ ଗଣମାଧ୍ୟମ ପ୍ରତିନିଧି ଏହି ଜାତୀୟ ସମାବେଶରେ ଯୋଗଦେବାକୁ ଥିବା ବେଳେ ବିଭିନ୍ନ ସମସ୍ୟା ଓ ସମାବେଶର ସଫଳ ରୂପାୟନ କିଭଳି ହେବ ଏ ସମ୍ପର୍କରେ ଉତ୍ସବରେ ଆଲୋଚନା କରାଯାଇଥିଲା । ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇବା,ସହିତ ସାବାଦିକମାନଙ୍କ ମଧ୍ୟରେ ଏକତାଭାବ ସୃଷ୍ଟି କରିବା ଭଳି ବହୁ କଥା ଏହି ଉତ୍ସବରେ ଆଲୋଚନା କରାଯାଇ ଆସନ୍ତା ଦିନରେ ଓଡ଼ିଶାର ସମସ୍ତ ସମ୍ବାଦିକ ସଂଘକୁ ଗୋଟିଏ ମଂଚରେ ରଖି ଏକ ସମ୍ମିଳିତ ସଂଘ ଜରିଆରେ ସମ୍ବାଦିକଙ୍କ ସମସ୍ୟାକୁ ଦୂର କରିବା ପାଇଁ ମିଡ଼ିଆ କଂଗ୍ରେସ ପକ୍ଷରୁ ପ୍ରୟାସ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ଉତ୍ସବରେ ବାଲେଶ୍ୱର ପୌରପରିଷଦର ଅଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବ ଉଦ୍‌ଘାଟନ କରିଥିଲେ । ଇଣ୍ଡିଆ ମିଡ଼ିଆ କଂଗ୍ରେସର ଆଭିମୁଖ୍ୟ ଓ ନୂଆଦିଲ୍ଲୀ ଠାରେ ହେବାକୁ ଥିôବା ସମ୍ବାଦିକମାନଙ୍କ ନିମନ୍ତେ ଲୋଗ ଉନ୍ମୋଚନ କାର୍ଯ୍ୟକ୍ରମ ସବିଶେଷ ତଥ୍ୟ ଜାଣିବା ପରେ ଶ୍ରୀମତୀ ସାହୁ ଖୁସି ବ୍ୟକ୍ତ କରି ବାଲେଶ୍ୱରରୁ ଏହା ଆରମ୍ଭ ହୋଇଥିବାରୁ ସେ ଏହାକୁ ସ୍ୱାଗତ କରିବା ସହିତ ସମ୍ବାଦିକଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ମତ ଦେଇଥିଲେ । ଏଥି ସହିତ ସମ୍ବାଦିକମାନଙ୍କ ପାଇଁ ବାଲେଶ୍ୱରରେ ଏକ ସମ୍ବାଦିକ ଭବନ ନିର୍ମାଣ ହେବ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲେ । ଏହି ଉତ୍ସବରେ ମିଡ଼ିଆ କଂଗ୍ରେସର ଉପସଭାପତି ରଜନୀକାନ୍ତ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ମିଡ଼ିଆ କଂଗ୍ରେସର ରାଜ୍ୟ ସଭାପତି ସଂଜୟ ଦାସ ଯୋଗଦେଇ ଓଡ଼ିଶାର ସମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହିତ ଜାତୀୟ ସମାବେଶ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୈନିକ ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା ଯୋଗଦେଇ ସମ୍ବାଦିକ ସଂଘଗୁଡ଼ିକ ଏକତା ବଧ୍ୟ ହୋଇ କାର୍ଯ୍ୟକଲେ ସମ୍ବାଦିକମାନଙ୍‌କ ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି ମତ ଦେଇଥିଲେ । ସମାଜସେବୀ ବିଚିତ୍ରା ନନ୍ଦ ଦାସ, ଉପସଭାପତି ପ୍ରଦ୍ୟୁନ ଦାଶ, ବିଶିଷ୍ଟ ଆଇନଜୀବି ଉଷାରାଣୀ ପତି ପ୍ରମୁଖ ଯୋଗଦେଇ ଆଲେଶଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘର ସଂଯୋଜିକା ବୀଣାପାଣି ପଣ୍ଡା ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ବହୁ ଗଣମାଧ୍ୟମ ପ୍ରତିନିଧି,ସମାଜସେବୀ ଓ କୃତୀ କଳାକାରଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *