ରାଜ୍ୟ

ପଞ୍ଚୁକ ପୂର୍ବରୁ ହରିଶଙ୍କର ଝରଣା କୁଳ ସଫେଇ କଲେ ମାହେଶ୍ୱରୀ ସଂଗଠନ ର ସ୍ବେଚ୍ଛାସେବୀ

ଖପ୍ରାଖୋଲ ୧୯/୧୧(ପିଏନ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ର ଝରଣା କୁଳ ଓ ମନ୍ଦିର ଚାରି ପାଖ ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ମାସ ପଞ୍ଚୁକ ରେ ଶ୍ରଦ୍ଧାଳୁ ପ୍ରବଳ ଭିଡ଼କୁ ଆଖିଆଗରେ ରଖି ମାହେଶ୍ୱରୀ ସଂଗଠନ ଖପ୍ରାଖୋଲ ଶାଖା ତରଫରୁ ଶତାଧିକ ସ୍ବେଚ୍ଛାସେବୀ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ବ୍ଲକ୍ ସଭାପତି ସରୋଜ କୁମାର ସାହୁ ଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀ ମାନେ ପାପନାଶିନୀ ଝରଣା, ଝରଣା କୁଳ, ମନ୍ଦିର ପରିସର, ରାସ୍ତା କଡ ଆଦି କୋଡ଼ି କୋଦାଳ, ଝାଡୁ ଧରି ସଫେଇ କରିଥିଲେ।

Leave a Reply

Your email address will not be published. Required fields are marked *