ରାଜ୍ୟ

ଜିଲ୍ଲାପାଳ ଓ ଏସ୍ପି ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ଃ କମଳ ଲଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏସ୍ପି  ରହିତ ବର୍ମା , କାର୍ଯ୍ୟ ନିର୍ବାହୀ ଅଧିକାରୀ  ଅନ୍ୟା ଦାସ ,ଉପଜିଲ୍ଲାପାଳ ଅଶୋକ ମିଶ୍ର ,ପାପଡାହାଣ୍ଡି ତହସିଲଦାର ତପନ ନାୟକ ବ୍ଲକ ଅଧକ୍ଷା ହେମଲତା ମାଝୀ, ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ  ପେନସନ,ଆବାସ ଯୋଜନା, ଜମି ଓ ବ୍ୟକ୍ତିଗତ ଅଭିଯୋଗ ୪୫ ଟିର ସମାଧାନ ହୋଇଥିଲା । ଅଭିଯୋଗ ମଧ୍ୟରୁ ୩୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ଗୋଷ୍ଠି ସମସ୍ୟା ୧୫  ଗୋଟି ଅଭିଯୋଗ କୁ ଜିଲ୍ଲାପାଳ ସମାଧାନ କରିଥିଲେ  । ତୁରନ୍ତ ସମାଧାନ ହୋଇ ନ ଥିବା ଅଭିଯୋଗ କୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ପ୍ରକୋଷ୍ଠ ମଧ୍ୟରେ ଦୁଇ ଜଣକୁ ଟ୍ରାଇ ସାଇକେଲ ,ବନିଶ୍ରୀ ଛାତ୍ରବୃତ୍ତି ୦୫ ଜଣକୁ ,ମଧୁବାବୁ ପେନସନ ୧୫ ଜଣକୁ , ୫ ଜଣକୁ ବସ ପାସ ଦିଆଯାଇଥିବା ବେଳେ ,ହ୍ଵାଇଟ କେନ ୧୦ ଜଣ ହିତାଧିକାରୀଙ୍କୁ  ପ୍ରଶାସନ ତରଫରୁ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରୁ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *