ରାଜ୍ୟ

ନ୍ୟାୟ ଅପେକ୍ଷାରେ ଅବସର ପ୍ରାପ୍ତ ସୈନିକ 

ଆମ ଦେଶରେ ସୈନିକ ମାନଙ୍କୁ ସମ୍ମାନ ଦିଆଯାଇଥାଏ କାରଣ ସେମାନେ ସୀମା ନିକଟ ରେ ଦିନ ରାତି ଜଗି ରହି ଶତ୍ରୁ ମାନଙ୍କ କବଳରୁ ଆମ୍ଭମାନଙ୍କୁ ସୁରକ୍ଷା ଦେଇଥାଏ। ଖରା, ବର୍ଷା,ଶୀତ,କାକର ଓ ବରଫ ଭଳି ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରହି ନିଜର କଷ୍ଟ କୁ ଖାତିରି ନକରି ଦେଶବାସୀ ଙ୍କ ସୁରକ୍ଷା କୁ ଗୁରୁତ୍ଵ ଦେଇଥାନ୍ତି ଏବଂ ସମୟ ସମୟରେ ସେ ମଧ୍ୟ ନିଜର ଜୀବନ ଦେବାକୁ ପଛାନ୍ତି ନାହିଁ। ତେଣୁକରି ଭାରତ ସରକାର ଆମ ସୈନିକ ମାନଙ୍କୁ ବୀରତ୍ବର ସମ୍ମାନ ରେ ସମ୍ମାନିତ କରିଥାନ୍ତି। ଅବସର ପରେ ଯେତେବେଳେ ସେ ନିଜ ଗ୍ରାମ କୁ ଫେରି ଆସନ୍ତି, ସେତେବେଳେ ଗ୍ରାମବାସୀ ମାନେ ତାଙ୍କୁ ନେଇ ଗର୍ବ କରିଥାନ୍ତି। ହେଲେ ଆଜି ସେହି ଅବସରପ୍ରାପ୍ତ ସୈନିକ ଭାଇ କୁ ଯଦି ଅପମାନିତ କରିବା ସହିତ ତାଙ୍କୁ ଜୀବନ ରୁ ମାରିଦେବାକୁ ଧମକ ଦିଆ ଯାଏ ରାସ୍ତା ନିର୍ମାଣ କୁ କେନ୍ଦ୍ର କରି।

ହଁ ଆଜ୍ଞା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ କରଞ୍ଜଆଡିଆ ପଞ୍ଚାୟତ ର ବ୍ରଜାନନ୍ଦପୁର ଗ୍ରାମରେ ଘଟିଯାଇଛି  ଏମିତି ଏକ ଘଟଣା। ଜଣେ ୭୪ ବର୍ଷୀୟା ଅବସରପ୍ରାପ୍ତ ସୈନିକ ବଂଶିଧର ନାୟକ ଅବସର ପରେ ନିଜ ଗ୍ରାମରେ ୧୦ ବର୍ଷ ଧରି ଏକ କୋଠାଘର କରି ରହିଆସୁଛନ୍ତି। ଉକ୍ତ ଘରର ସୁରକ୍ଷା ପାଇଁ ଚାରିପାଖରେ ପକ୍କା ପାଚେରୀ ତିଆରି କରିଥିଲେ। ସୂଚନା ଅନୁଯାୟୀ ଏହି ପାଚେରୀ ନିକଟ ଦେଇ ଏକ ରାସ୍ତା ଗାଁ ଭିତରକୁ ଯାଇଛି। ଉକ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ  ରାତିରେ ନ ଜଣାଇ ବେଆଇନ ଭାବରେ ବଂଶିଧର ଙ୍କ ପକ୍କା ପାଚେରୀକୁ ଭାଙ୍ଗି ଦିଆ ଯାଇଛି ବୋଲି ଅଭିଯୋଗ କରିଛନ୍ତି ଅବସର ପ୍ରାପ୍ତ ସୈନିକ। ବଂଶିଧର ଓ ତାଙ୍କ ପତ୍ନୀ ବାରଣ କରିବାରୁ ତାଙ୍କୁ ଜୀବନ ରୁ ମାରିଦେବାକୁ ଧମକ ଦେଇଥିଲେ। ଏହା ପରେ ଉଭୟ ପକ୍ଷରୁ ନିକଟସ୍ଥ ନାୟକାଣିଡିହି ଥାନା ରେ ଏପ୍ରିଲ ୯ ତାରିଖ ରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗକୁ କେନ୍ଦ୍ର କରି ଥାନା ଅଧିକାରୀଙ୍କ ନେତୃତ୍ବରେ ବିବାଦୀୟ ରାସ୍ତା ର ସରକାରୀ ଅମିନ ଦ୍ଵାରା ମାପ କରାଯାଇଥିଲା ଏବଂ ଉଭୟ ପକ୍ଷଙ୍କ ମଧ୍ୟରେ ମେ ମାସ ୨ ତାରିଖ ଦିନ ଗ୍ରାମ ର କେତେକ ଭଦ୍ରବ୍ୟକ୍ତି ଙ୍କ ଦ୍ଵାରା ସମାଧାନ କରାଯାଇଥିଲା। ସୂଚନା ଅନୁଯାୟୀ ସମାଧାନ ଆଜକୁ ଆଠମାସ ବିତିଯାଇଥିଲେ ମଧ୍ୟ କେତେକ ଗ୍ରାମବାସୀ , ଥାନା କିମ୍ବା ଭଦ୍ର ବ୍ୟକ୍ତିଙ୍କ କଥା ନ ମାନିବାରୁ ଅବସରପ୍ରାପ୍ତ ସୈନିକ ବଂଶିଧର ନାୟକ ଏବେ ବାସୁଦେବପୁର କୋର୍ଟ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳିପାରିଲା ନାହିଁ। ତାଙ୍କର ପକ୍କା ପାଚେରୀ ଆଜି ମଧ୍ୟ ସେମିତି ଭଗ୍ନ ଅବସ୍ଥାରେ ପଡ଼ିରହିଛି ଯାହାଫଳରେ ସହପରିବାର ଏବେ ଭୟଭୀତ ଅବସ୍ଥା ରେ ଦିନ କାଟୁଛନ୍ତି। ଯାହାଫଳରେ ଅବସରପ୍ରାପ୍ତ ସୈନିକ ଜଣଙ୍କ ପାଚେରୀ ଭାଙ୍ଗି ଯିବା ପରେ ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ଥିବା ବିଭିନ୍ନ ପ୍ରକାରର ବିପଦ ଏବଂ ସୁରକ୍ଷା କୁ ଅଣଦେଖା କରାଯାଉଛି। ଅବସରପ୍ରାପ୍ତ ସୈନିକ ଙ୍କୁ ସୁରକ୍ଷା କିଏ ଦେବେ …? 

 ଅବସରପ୍ରାପ୍ତ ସୈନିକ ଏବଂ ତାଙ୍କ ପରିବାର କୁ ସୁରକ୍ଷା ଦେବାକୁ ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *