ରାଜ୍ୟ

ଶିମିଳିପାଳ ସୁରକ୍ଷା ଦାବି
ଭଞ୍ଜସେନା ର ହରତାଳ

ଖୁଣ୍ଟା –
ଅସୁରକ୍ଷିତ ହୋଇପଡ଼ୁଛି ମୟୂରଭଞ୍ଜ ଜିଲ୍ଲା ଗର୍ବ ଗୌରବ ଶିମିଳିପାଳ । ଯାହାର ସୁରକ୍ଷା ଦାବି କରିଛି ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା । ଏହାକୁ ନେଇ ଗୁରୁବାର ସକାଳ ୮ଟାଠାରୁ ୧୧ ଟା ପର୍ଯ୍ୟନ୍ତ ଜାତୀୟ ଓ ରାଜ୍ୟ ରାଜପଥ ଉପରେ ହରତାଳ କରି ଏହାର ପ୍ରତିବାଦ ପ୍ରଦର୍ଶନ କରିଛି ସଂଗଠନ । ଏହି ପରିପେକ୍ଷୀ ଖୁଣ୍ଟା ଥାନା ଅଧିନ ତଥା ଉଦଳା – ଖୁଣ୍ଟା – ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ଖୁଣ୍ଟା କଲେଜ ଛକ ଠାରେ ଭଞ୍ଜସେନା ପକ୍ଷରୁ ଶିମିଳିପାଳର ସୁରକ୍ଷା ଦାବି କରି ହରତାଲ ଅନୁଷ୍ଠିତ ହୋଇଯାଇଛି । କପ୍ତିପଦା ଉପଖଣ୍ଡ ଆଦିବାସୀ ସେଲ ସଭାପତି ସମ୍ପୂର୍ଣ ହେମ୍ବ୍ରମଙ୍କ ନେତୃତ୍ୱରେ ଭଞ୍ଜସେନାର ଅନ୍ୟ ସଦସ୍ୟଙ୍କ ଦ୍ଵାରା ଏହି ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିଲା । ତେବେ ବିଭିନ୍ନ ସମୟରେ ହାତୀ ମାନଙ୍କ ଶିକାର ଏବଂ ଦାନ୍ତ ଲୁଟ ସହ ବାଘ ଛାଲ ଜବତ ହୋଇ ଆସୁଥିଲେ ମଧ୍ୟ ବନ ବିଭାଗ ର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ ଆନ୍ଦୋଳନକାରୀମାନେ ! ଏହି ୩ ଘଣ୍ଟିଆ ହରତାଲ ଯୋଗୁଁ ରାଜପଥର ଉଭୟ ପାର୍ଶ୍ବରେ ଯାତ୍ରିବାହୀ ଯାନ ସମେତ ବିଭିନ୍ନ ଭାରିଯାନ ଚଳପ୍ରଚଳ ସଂପୂର୍ଣ୍ଣ ଭାବେ ଠପ ହୋଇ ପଡ଼ିଥିବା ବେଳେ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧା ରେ ସମ୍ମୁଖିନ ହେବାକୁ ପଡ଼ିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *