ରାଜ୍ୟ

ସ୍ୱୟଂ ସହାୟକ ଗୋଷ୍ଠି ଓ କିଶୋରୀ ବାଳିକାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଉଟିସିଆନ କାର୍ଯ୍ୟକ୍ରମ* 

ତାଳଚେର:-୨୧/୧୧/୨୦୨୩ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ ତାଳଚେର ଏବଂ ଏନ୍.ଟି.ପିସି-ତାଳଚେର ଥର୍ମାଲ ର ଅଧିନସ୍ଥ ପାରିପାର୍ଶ୍ବିକ ଯୋଜନାରେ ଆସୁଥିବା ଗ୍ରାମାଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟା ଓ କିଶୋରୀ ବାଳିକାଙ୍କ ଦକ୍ଷତାବୃଦ୍ଧି ନିମନ୍ତେ ବିଉଟିସିଆନ କାର୍ଯ୍ୟକ୍ରମ ପ୍ରେରଣା ହଲ୍ ଠାରେ ଅନୁଷ୍ଟିତ ହୋଇଥିଲା । ପ୍ରାରମ୍ଭ ରେ ମାନବ ସମ୍ବଲ ବିଭାଗର ନିବେଦିତା ମାଡ଼ମ ଅତିଥି ମାନକ ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ରେ ଉପରେ ଆଲୋଚନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସାଗରିକା ମହିଳା କ୍ଲବର ସଭାପତି ବିପଶା ଦେବ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ସାଗରିକା ମହିଳା କ୍ଲବର ସହ ସଂପାଦିକା ଶର୍ମିଷ୍ଠା ମାଡ଼ମ ଯୋଗଦେବା ସହ ମହିଳାଙ୍କ ଆତ୍ମନିର୍ଭରଶୀଳତା ତଥା ବିଉଟିସିଆନ ର ଆବଶ୍ୟକତା କିପରି ରହିଛି ତାହା ବୁଝାଇଥିଲେ । ସ୍ଥାନୀୟ ସରପଞ୍ଚ ସହଦେବ ସାହୁ ସନ୍ଥପଡା, ଯୋଗଦାନ କରି ପ୍ରସାଧନ ତାଲିମ୍ ଦ୍ବାରା କିପରି ଆର୍ଥିକ ସ୍ୱଚ୍ଛଳ ହୋଇପାରିବ ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଂପାଦକ ବୁଦ୍ଧଦେବ ଦାସ୍ ଏବଂ ତାଲିମ୍ ଦାତା ଭାବେ ସୁନିତା ବାରିକ୍ ଏବଂ ସହାୟକ ଆୟେଶା ବେହେରା ଯୋଗଦାନ କରିଥିଲେ। ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମ ୧୫ଦିନ ଧରି ଚାଲିବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୦ ଜଣ ମହିଳା ଏବଂ କିଶୋରୀ ବାଳିକା ତାଲିମ୍ ନେବାର ବ୍ୟବସ୍ଥା ରହିଛି। ଅନୁଷ୍ଠାନ ତରଫରୁ ମମତାରାନୀ ବିଶିମାଝି ଓ ମହାଦେବ ଦାସ୍ କାର୍ଯ୍ଯକ୍ରମ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *