ମନ୍ଦ ଉଦ୍ଦେଶ୍ୟରେ ମତେ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଥିଲା: ବିଦାୟୀ ମୁଖ୍ୟ ବିଚାରପତି
ଆହ୍ଲାବାଦ: ମନ୍ଦ ଉଦ୍ଦେଶ୍ୟ ରଖି ହଇରାଣ କରିବା ଲାଗି ୨୦୧୮ରେ ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବାଧିନ କଲେଜିୟମ୍ ତାଙ୍କୁ ଛତିଶଗଡ଼ ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରିଥିଲେ ବୋଲି ଆହ୍ଲାବାଦ ହାଇକୋର୍ଟର ବିଦାୟୀ ମୁଖ୍ୟ ବିଚାରପତି ପ୍ରୀତିନ୍କର୍ ଦିବାକର ମଙ୍ଗଳବାର ଦିନ କହିଛନ୍ତି।ହାଇକୋର୍ଟ ଆୟୋଜନ କରିଥିବା ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସେ କହିଛନ୍ତି, ମତେ ହଇରାଣ କରିବା ଲାଗି ମନ୍ଦ ଉଦ୍ଦେଶ୍ୟ ରଖାଯାଇଥିଲା ବୋଲି ବଦଳି ଆଦେଶରୁ ଜଣାପଡୁଥିଲା। କିନ୍ତୁ, ମୋର ସୌଭାଗ୍ୟ ଏହି ଅସୁବିଧା ମୋ ପାଇଁ ବରଦାନ ପାଲଟି ଗଲା। କାରଣ, ଏଠାରେ ମତେ ସାଥୀ ବିଚାରପତି ଏବଂ ବାର୍ ସଦସ୍ୟମାନଙ୍କଠାରୁ ଅପର୍ଯ୍ୟାପ୍ତ ଶ୍ରଦ୍ଧା ଓ ସମର୍ଥନ ମିଳିଲା। ହଠାତ୍ କେଉଁ କାରଣରୁ ମୋତେ ବଦଳି କରାଯାଇଥିଲା, ତା’ର କାରଣ ମଧ୍ୟ ମୁଁ ଏ ପର୍ଯ୍ୟନ୍ତ ଜାଣି ପାରିନାହିଁ।