ରାଜ୍ୟ

ନବରଙ୍ଗପୁର ରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ। 

ନବରଙ୍ଗପୁର:ତା 22/11 ଭାରତ ସ୍ୱାଧୀନତା ସଂଗ୍ରାମ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ କର ବା ମର ଆହ୍ଵାନ ରେ ଆଗେଇ ଆସି ଦେଶ ମାତୃକାର ସେବା ଓ ସ୍ଵାଧୀନତା ପାଇଁ   ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ଦେଶ ପାଇଁ ହସି ହସି ଫାଶି ଖୁଣ୍ଟରେ ଝୁଲି ଥିବା ଅଭିଭକ୍ତ କୋରାପୁଟ ଜିଲା ର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି।  ଏହି ଅବସରରେ ସହିଦ୍ ଲକ୍ଷ୍ମଣ ନାୟକ ବିଦ୍ୟା ପିଠ ସ୍ଥିତ  ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା  ଏବଂ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ  ମାଲ୍ୟାର୍ପଣ କରିଥିଲେ ଏବଂ ଦେଶ ପାଇଁ ତାଙ୍କର ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ କରି ଦେଶ ତଥା ସମାଜର ହିତ ପାଇଁ ନିସ୍ୱାର୍ଥପର ସେବା ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଆଜିର ଛାତ୍ର ସମାଜ ଯୁବ ପିଢି ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲେ। ବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ଆତ୍ମ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରପାଳିକା ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ, ବିଜୟ ଚୌଧୁରୀ, ନିରଞ୍ଜନ ମିଶ୍ର, ଜେମାମଣି ବିଶୋଇ, ପୌରପାଳିକା ନିର୍ବାହୀ ଅଧିକାରୀ ଶଙ୍କର କେରକେତା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର,ମନୋରମା ମାଝୀ ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ। ଏହି ଅବସରେ 

 ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର ସଫଳ ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଟ ନାଗରିକ,ଶିକ୍ଷା ଅନୁଷ୍ଠାନ ର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ  ଯୋଗଦେଇ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *