ଦେଶ- ବିଦେଶ

‘ସ୍ପାଏ ବେଲୁନ୍‌’ ଉଡ଼ାଣକୁ ସମର୍ଥନ କରୁଥିବା ଚୀନ୍‌ର ସଂସ୍ଥାଗୁଡ଼ିକ ବିରୋଧରେ ଅନୁସନ୍ଧାନ କରିବ ଆମେରିକା

ୱାଶିଂଟନ: ଗତ ଶନିବାର ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଥିଲା ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌। ଏନେଇ ଏବେ ରି‌‌ପୋର୍ଟ ପ୍ରକାଶ ପାଇଛି ଯେ ଏହି ଗୁପ୍ତଚର ବା ‘ସ୍ପାଏ ବେଲୁନ୍‌’ ସହ ଜଡ଼ିତ ଥିବା ସମସ୍ତ ସଂସ୍ଥା ଉପରେ ଅନୁସନ୍ଧାନ କରିବ ଆମେରିକା।

ଚୀନର ଏହି ‘ସ୍ପାଏ ବେଲୁନ୍‌’ ବେଲୁନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ସହିତ ସିଧାସଳଖ ସମ୍ପର୍କ ଅଛି ବୋଲି ୱାଶିଂଟନ୍‌ର ଜଣେ ଅଧିକାରୀ ଦାବି କରିଛନ୍ତି। ସେହି କାରଣରୁ ‘ସ୍ପାଏ ବେଲୁନ୍‌’ର ଉଡ଼ାଣକୁ ସମର୍ଥନ କରୁଥିବା ଚୀନ୍‌ ସେନା ସହ ଜଡିତ ସମସ୍ତ ସଂସ୍ଥାଗୁଡ଼ିକ ବିରୋଧରେ ଆମେରିକା ଅନୁସନ୍ଧାନ କରିବ ବୋଲି ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ରଏଟର୍ସକୁ ସୂଚନା ଦେଇ କହିଛନ୍ତି।

ଆମେରିକା ଆହୁରି ବି ସନ୍ଦେହ କରୁଛି ଯେ ଚୀନ ବେଲୁନ୍‌ ଭିତରେ ସିସିଟିଭି ଖଞ୍ଜି ତାହାକୁ ଏୟାର୍‌ସ୍ପେସ୍‌କୁ ଛାଡ଼ିଥିଲା। ଏହି ‘ସ୍ପାଏ ବେଲୁନ୍‌’ ୪୦ରୁ ଅଧିକ ଦେଶକୁ ଟାର୍ଗେଟ କରିଥିବା ବାଇଡେନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ଆହୁରି ବି ସୂଚନା ମିଳିଛି ଯେ ଏହି ‘ସ୍ପାଏ ବେଲୁନ୍‌’ଟି ୫ଟି ମହାଦେଶରେ ପ୍ରବେଶ କରିଛି।

ଜଣେ ଅଧିକାରୀ ରଏଟର୍ସକୁ ସୂଚନା ଦେଇଛନ୍ତି ଯେ ବେଲୁନ୍‌ଟିର ଉଚ୍ଚ ରିଜୋଲ୍ୟୁସନ୍‌ର ଫଟୋ ସଂଗ୍ରହ କରାଯାଇଛି, ଯାହାର ସିଗ୍‌ନାଲ୍‌ ଗୁପ୍ତଚର କାର୍ଯ୍ୟ କରିବାକୁ ସକ୍ଷମ। ଏହି ବେଲୁନ୍‌ରେ ଅନେକଗୁଡ଼ିଏ ଆଣ୍ଟିନା ରହିଥିବା ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *