ରାଜ୍ୟ

ବ୍ଲକ୍ ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପଦର୍ଶନୀ ମେଳା ଅନୁଷ୍ଠିତ 

ଜେନାପୁର,(ପି.ଏନ୍) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ ବ୍ଲକ୍ ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶକୁ ନେଇ ପଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ମେଳାଟି ବ୍ଲକ୍ ସ୍ତରୀୟ ଶିକ୍ଷାଧିକାରୀଙ୍କ ଅଦକ୍ଷତାରେ ୫୬ଟି ବିଦ୍ୟାଳୟର ୧୧୦ ପ୍ରତିଯୋଗୀମାନଙ୍କର ବିଭିନ୍ନ ପ୍ରଜେକ୍ଟ ମେଳାରେ ସ୍ଥାନିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଦକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ବଳବନ୍ତରାୟ ଯୋଗ ଦେଇ ପ୍ରତିଯୋଗୀମାନଙ୍କର ପ୍ରଜେକ୍ଟ ଗୁଡିକ ପ୍ରଚାରି ବୁଝିବା ସହିତ ଉତ୍ସାହିତ କରିଥିଲେ ।  ମୁଖ୍ୟତଃ ଏହି ମେଳାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଲୁଚିଯାଉଥିବା ପ୍ରତିଭାକୁ ପଦର୍ଶନୀ ମେଳା ମାଧ୍ୟମରେ ପ୍ରଦର୍ଶନ  କରିବା । ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର ସହ ସାଟିଫିକେଟ୍ ଦିଆଯାଇଥିଲା । ତତ୍ ସହିତ ଜେନାପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ମୀନା ବଜାର ପଦର୍ଶନୀ କରିଥିଲେ । ସେଥିରେ ବିଭିନ୍ନ ପ୍ରକାର ଖାଦ୍ୟ ଜିନିଷ ଯଥା ବିସ୍କୁଟ୍,ପାମ୍ପଡ,ଚଣାମସଲା,ମୁଢି ମିକ୍ଚର୍ ମୀନା ବଜାରରେ ସ୍ଥାନିତ କରିଥିଲେ । ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ନିରୋଜ କୁମାର ମହାନ୍ତି,ବିଜ୍ଞାନ ଶିକ୍ଷକ ନିତ୍ୟାନନ୍ଦ ନାୟକ,ଅଶୋକ କୁମାର ସାହୁ,ଦିଲ୍ଲିପ୍ କୁମାର ସାହୁ,ପ୍ରଫୁଲ୍ଲ କୁମାର ଦାସ,କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *